ଅମରାବତୀ:ମହାମାରୀ କୋରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ସାରା ଦେଶ ଲକଡାଉନ ସହ ସାମାଜିକ ଦୂରତ୍ବ ନେଇ ଆହ୍ବାନ ଦେଇଛନ୍ତି । କୋରୋନା ମୁକାବିଲା ପାଇଁ ଦେଶର ସବୁ ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ ମେଡିକାଲରେ ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରାଯାଇଛି । ଏହି ସମୟରେ ଆନ୍ଧ୍ରପ୍ରଦେଶ ବିଶାଖପାଟନମର ନୌସେନା ଡକୟାର୍ଡର କର୍ମୀ ଡିଜାଇନ କରିଛନ୍ତି ଇନୋଭେଟିଭ ପୋର୍ଟାବଲ 'ମଲ୍ଟି ଫିଡ ଅକ୍ସିଜେନ ମାନିଫୋଲ୍ଡ' ।
‘ମଲ୍ଟି ଫିଡ ଅକ୍ସିଜେନ ମାନିଫୋଲ୍ଡ' ଡିଜାଇନ କଲେ ନୌସେନା ଡକୟାର୍ଡ କର୍ମୀ - andhrapradesh
ମଲ୍ଟି ଫି଼ଡ ଅକ୍ସିଜେନ ମାନିଫୋଲ୍ଡ' ନିର୍ମାଣ କଲେ ନୌସେନା ଡକୟାର୍ଡ କର୍ମୀ । ବିଶାଖପାଟନମ ଡକୟାର୍ଡରେ କାର୍ଯ୍ୟରତ ଏହି ବ୍ୟକ୍ତି । ଅଧଇକ ପଢନ୍ତୁ...

ମଲ୍ଟି ଫି଼ଡ ଅକ୍ସିଜେନ ମାନିଫୋଲ୍ଡ' ନିର୍ମାଣ କଲେ ନୌସେନା ଡକୟାର୍ଡ କର୍ମୀ
ଗୋଟିଏ ସିଲିଣ୍ଡର ବ୍ୟବହାର କରି ଏହି ପୋର୍ଟାବଲ ଅକ୍ସିଜେନ ମାନିଫୋଲ୍ଡ ତିଆରି କରାଯାଇଛି । ଯାହା ଦ୍ବାରା ଏକା ସମୟରେ 6 ରୋଗୀଙ୍କୁ ଅକ୍ସିଜେନ ଦିଆଯାଇପାରିବ । ନୌସେନା ପକ୍ଷରୁ ଏହି ସୂଚନା ମିଳିଛି । ବର୍ତ୍ତମାନର ସମୟରେ କୋଭିଡ-19 ରୋଗୀଙ୍କୁ ଏହାଦ୍ବାରା ଅକ୍ସିଜେନ ଦିଆଯାଇପାରିବ ।
@ANI