ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା; ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଦିଲ୍ଲୀ ହିଂସାକାଣ୍ଡ

ଦିଲ୍ଲୀ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଅନେକ ଲୋକଙ୍କର ମୃତଦେହ ଚିହ୍ନଟ ହୋଇପାରିନଥିଲା । ଫଳରେ ହୋଇପାରିନଥିଲା ଅନ୍ତିମ ସଂସ୍କାର କିନ୍ତୁ ଆଜି ଦିଲ୍ଲୀ ହୋଇକୋର୍ଟ ପକ୍ଷରୁ ସମସ୍ତ ମୃତଦେହର ଅନ୍ତିମ ସଂସ୍କାର ପାଇଁ ଅନୁମତି ମିଳିଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

By

Published : Mar 12, 2020, 4:04 AM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡରେ ଅନେକ ଲୋକେ ପ୍ରାଣ ହରାଇଛନ୍ତି । ହେଲେ ଏଯାବତ୍ ସେହି ମୃତଦେହ ଗୁଡ଼ିକର କୌଣସି ଚିହ୍ନଟ ହୋଇପାରିନଥିଲା । ଦୀର୍ଘ 2 ସପ୍ତାହ ଅପେକ୍ଷା ପରେ ବୁଧବାର ଦିଲ୍ଲୀ ହୋଇକୋର୍ଟ ପକ୍ଷରୁ ସମସ୍ତ ମୃତଦେହର ଅନ୍ତିମ ସଂସ୍କାର ପାଇଁ ଅନୁମତି ଦିଆଯାଇଛି ।

ଗତ ମାର୍ଚ୍ଚ 6 ତାରିଖରେ ହାଇକୋର୍ଟ ପୋଷ୍ଟମର୍ଟମ କରୁଥିବା ସମୟରେ ଭିଡିଓଗ୍ରାଫି କରିବାକୁ ସମସ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇଥିଲେ। ବିଚାରପତି ସିଦ୍ଧାର୍ଥ ମ୍ରିଦୁଲଙ୍କ ନେତୃତ୍ବରେ ଗଠିତ ବେଞ୍ଚ ସମସ୍ତ ମୃତଦେହର ଡିଏନଏ ନମୁନାକୁ ମାର୍ଚ୍ଚ 11 ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ମାର୍ଚ୍ଚ 11 ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ନମିଳିବା ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରିବାକୁ ମନା କରାଯାଇଥିଲା ।

ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଉପରେ ଶୁଣାଣି କରି କୋର୍ଟ ଏପରି ନିର୍ଦ୍ଦେଶ ଦେଇଥିଲେ । ଆବେଦନରେ ମହମ୍ମଦ ଆରିଫ ନାମକ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟଙ୍କୁ ଖୋଜିବା ପାଇଁ ଆବେଦନ କରିଥିଲେ। ଶୁଣାଣି ସମୟରେ ଦିଲ୍ଲୀ ପୋଲିସ କୋର୍ଟଙ୍କୁ କହିଛି ଯେ ଗୋକଲପୁରୀର ଡ୍ରେନରୁ ଆବେଦନକାରୀଙ୍କ ସମ୍ପର୍କୀୟ ହାମଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ପୋଷ୍ଟମର୍ଟମ ରାମ ମନୋହର ଲୋହିଆ ହସ୍ପିଟାଲରେ କରାଯିବ। ସେପଟେ ବିନା ପରିଚୟ ଥିବା ସମସ୍ତ ମୃତଦେହର ସୂଚନା ୱେବସାଇଟରେ ଅପଲଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details