ଓଡିଶା

odisha

ETV Bharat / bharat

ଏହି ଗାଁରେ ପିଆଜ ଖାଇବା ମନା.. - bihar latest news

ପିଆଜ ଏବେ ଦେଶବାସୀଙ୍କୁ କନ୍ଦେଉଛି । କିନ୍ତୁ ବିହାରର ଏପରି ଏକ ଗାଁ ଅଛି ଯେଉଁଠି ଲୋକେ ପିଆଜ ଖାଇବା ତ ଦୂରର କଥା ହାଟରୁ ପିଆଜ ରସୁଣକୁ ଗାଁକୁ ଆଣନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଗାଁ ସମ୍ବନ୍ଧରେ ..

peoples
onion

By

Published : Nov 30, 2019, 11:25 PM IST

ପାଟନା: ସାରା ଦେଶକୁ କନ୍ଦାଉଛି ପିଆଜ। ହେଲେ ବିହାରର ଏପରି ଏକ ଗାଁ ରହିଛି , ଯେଉଁଠି ପିଆଜର ଦରବୃଦ୍ଧି ସେମାନଙ୍କୁ ଡରେଇ ପାରିନି । କାରଣ ସେହି ଗାଁର ଲୋକେ କେବେ ବି ପିଆଜ ଖାଆନ୍ତି ନାହିଁ । ସେହି ଗାଁଟି ହେଉଛି ଜହାନାବାଦ ଜିଲ୍ଲାର ଚିରି ପଞ୍ଚାୟତର ତ୍ରିଲୋକି ବିଗହା ଗାଁ ।

ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ 30କି.ମି ଦୂରରେ ଅବସ୍ଥିତ ତ୍ରିଲୋକି ବିଗହା ଗାଁ। ଏଠାକାର ଗ୍ରାମବାସୀ ପିଆଜର ଦରବୃଦ୍ଧିକୁ ନେଇ ଅଚିନ୍ତାରେ । କାରଣ ଏହି ଗାଁର ବାସିନ୍ଦାମାନେ କେବେ ବି ପିଆଜ ଖାଇ ନାହାଁନ୍ତି । 25ଘର ବିଶିଷ୍ଟ ଏହି ଗାଁରେ ଅଧିକାଂଶ ଯାଦବ ଜାତିର ଲୋକେ ବସବାସ କରନ୍ତି । ସେମାନଙ୍କୁ ବଜାରରୁ ପିଆଜ ଓ ରସୁଣ ଆଣିବା ନିଷେଧ ।

ତେବେ ସେହି ଗାଁର ସୋନୁ ଓ ରାଘବେନ୍ଦ୍ରଙ୍କ କହିବାନୁସାରେ, ଦରବୃଦ୍ଧି ଯୋଗୁଁ ପିଆଜ ରସୁଣ ଖାଇବା ବର୍ଜନ କରି ନାହାଁନ୍ତି । ଏହାର ସେବନ କାହିଁ କେତେ ଦିନରୁ କରନ୍ତି ନାହିଁ । ପୂର୍ବଜମାନେ ଖାଉ ନଥିଲେ । ସେହି ପରମ୍ପରାକୁ ଆଜି ବି ଗ୍ରାମବାସୀ ବଜାୟ ରଖିଛନ୍ତି ।


ସେହିପରି ଗାଁର ସରସ୍ବତୀ ଦେବୀଙ୍କ କହିବାନୁସାରେ, ଗାଁରେ ଗୋଟିଏ ଠାକୁରଙ୍କ ମନ୍ଦିର ଅଛି । ଏହା କାରଣରୁ ପୂର୍ବପୁରଷମାନେ ପିଆଜ ଖାଇବାରେ ପ୍ରତିବନ୍ଧକ ଲଗାଇଛନ୍ତି । ତେଣୁ ଆଜି ବି କେହି ପିଆଜ ରସୁଣ ଖାଅନ୍ତି ନାହିଁ ଓ ଏହି ଗାଁକୁ କେହି ବି ବିକ୍ରି କରିବାକୁ ଆଣନ୍ତି ନାହିଁ ।

ତେବେ ସେହି ଗାଁ ଲୋକମାନେ ଆହୁରି ମଧ୍ୟ କହନ୍ତି ଯେ, 40-45ବର୍ଷ ପୂର୍ବେ ଗୋଟିଏ ପରିବାରର ଏହି ପ୍ରତିବନ୍ଧକକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଫଳରେ ତାଙ୍କ ଘରେ ଅଶୁଭ ଘଟଣାମାନ ଘଟିଥିଲା । ଏହା ପରଠୁ ଏହି ଗାଁର ଲୋକେ କେବେ ବି ପିଆଜ ଖାଇବାକୁ ସାହାସ କରି ନାହାଁନ୍ତି ।

ତେବେ ଏହି ଗାଁରେ ରସୁଣ ଓ ପିଆଜ ନିଷେଧ କରାଯାଇଛି । ଏଥିସହ ମଦ୍ୟପାନ ବି କରିବା ମନା । କାହିଁ କେତେ ଦିନରୁ ପିଆଜ ଠାରୁ ଦୂରରେ ରହିଥିବା ଏହି ଗାଁର କେତେକ ଲୋକେ ପିଆଜର ଦରବୃଦ୍ଧି ସମ୍ପର୍କେ ଜାଣି ନାହାଁନ୍ତି ।

ABOUT THE AUTHOR

...view details