ଓଡିଶା

odisha

ETV Bharat / bharat

ରାଷ୍ଟ୍ରଦୂତଙ୍କୁ ଭେଟି ଦଳରୁ ବିଦା ହେଲେ 8 ପିଡିପି ନେତା - ଦଳରୁ ବିଦା ହେଲେ 8 ପିଡିପି ନେତା

ଦଳ ବିରୋଧୀ ଗତିବିଧିରେ ସାମିଲ ହେବା ଅଭିଯୋଗରେ 8 ପିଡିପି ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ସେମାନେ ଜମ୍ମୁ-କାଶ୍ମୀର ଗସ୍ତରେ ଥିବା 15 ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିଥିଲେ ।

pdp expels 8 leaders
ଫାଇଲ ଫଟୋ

By

Published : Jan 9, 2020, 7:32 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର ଗସ୍ତରେ ଥିବା 15 ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିବା ପିଡିପି ନେତାଙ୍କୁ ମହଙ୍ଗା ପଡିଛି । ଦଳ ବିରୋଧୀ ଗତିବିଧିରେ ସାମିଲ ହେବା ଅଭିଯୋଗରେ 8 ପିଡିପି ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଦଳ ପିପୁଲ୍ସ ଡେମୋକ୍ରେଟିକ ପାର୍ଟି ଦଳ ବିରୋଧୀ ଗତିବିଧି ପାଇଁ ଦିଲାବର ମୀର, ରଫି ଅହମଦ ମୀର, ଜଫର ଇକବାଲ ମହ୍ନାସ, ଚୌଧୁରୀ କମର ହୁସେନ, ରାଜା ମଞ୍ଜୁର, ଜାଭେଦ ବେଘ, ଅବ ମଜୀଦ ପାଦରୁ ଏବଂ ରହୀମ ରାଥୋଡଙ୍କୁ ବହିଷ୍କାର କରିଛି ।

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ଆମେରିକା ରାଷ୍ଟ୍ରଦୂତ କେନେଥ ଜଷ୍ଟରଙ୍କ ସମେତ 15ଟି ଦେଶର ରାଷ୍ଟ୍ରଦୂତ ଘାଟିର ସ୍ଥିତି ସମୀକ୍ଷା ଲାଗି ଗୁରୁବାର ଶ୍ରୀନଗର ପହଞ୍ଚିଥିଲେ । ତେବେ ଏହିସବୁ ନେତା ରାଷ୍ଟ୍ରଦୂତଙ୍କୁ ଭେଟିବା ପାଇଁ ଯାଇଥିଲେ । ଯାହାପରେ ଦଳ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।

ABOUT THE AUTHOR

...view details