ନୂଆଦିଲ୍ଲୀ: ଦେଶବ୍ୟାପି ଲକଡାଉନ ପରିସ୍ଥିତି। ଏହି ସମୟରେ ଅତ୍ୟାବଶକୀୟ ସେବା ଯୋଗାଉଥିବା ଲୋକଙ୍କୁ ସରକାରଙ୍କ ପକ୍ଷରୁ ଛାଡ ଦିଆଯାଇଛି। ତଥାପି ଏହି ସେବାରତ ଲୋକଙ୍କୁ ବିଭିନ୍ନ ସମୟରେ ପୋଲିସ ଠାରୁ ମାଡ ଖାଇବାକୁ ପଡୁଛି।
ଏନେଇ ଅତ୍ୟାବଶ୍ୟକ ସେବାରେ କାମ କରୁଥିବା ଡେଲିଭରି ବ୍ୟକ୍ତିମାନେ ଘଟଣା ବିଷୟରେ ପୋଲିସଙ୍କୁ ଜଣାଇଥିଲେ। ତେବେ ଏଭଳି ବିଶୃଙ୍ଖଳା ପରିସ୍ଥିତି ଏଡାଇବା ପାଇଁ ଦିଲ୍ଲୀ ପୋଲିସ ଅନଲାଇନ ମୁଭମେଣ୍ଟ ପାସ୍ ବ୍ୟବସ୍ଥା କରିଛି।
ସୂଚନା ଅନୁସାରେ, ଏହି ଅତ୍ୟାବଶ୍ୟକ ସେବା ସହିତ ଜଡିତ ବ୍ୟକ୍ତି (ସରକାରଙ୍କ ତାଲିକାଭୁକ୍ତ କିମ୍ବା କୌଣସି ବ୍ୟକ୍ତିଗତ ଜରୁରୀକାଳୀନ ପରିସ୍ଥିତି ଦିଲ୍ଲୀ ପୋଲିସ୍ ୱେବସାଇଟ୍ https://delhipolice.nic.in ମାଧ୍ୟମରେ ଅନଲାଇନ୍ ପାସ୍ ପାଇଁ ଆବେଦନ କରିପାରିବେ |