ବେଙ୍ଗାଲୁରୁ: ମହାମାରୀ କୋରୋନା ନେଇ ଦେଶର ସବୁ ରାଜ୍ୟ ଲକଡାଉନ ରହିଛି । ଏହି ଭୂତାଣୁ ବ୍ୟାପିବାରେ ନିୟନ୍ତ୍ରଣ ରଖିବା ନେଇ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ନେଇ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହାକୁ ସମସ୍ତେ ପାଳନ କରି ଘରେ ବସିରହିଛନ୍ତି । ଦେଶରୁ ଶୀଘ୍ର ଭୂତାଣୁର ବିନାଶରେ ସହଯୋଗ କରୁଛନ୍ତି । କିନ୍ତୁ ରବିବାର କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲାର କିଲ୍ଲା ଅଞ୍ଚଳରେ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଦୃଶ୍ୟ ।
ପୋଲିସକୁ ଖୋଲା ଚ୍ୟାଲେଞ୍ଜ, କଣ୍ଟେନମେଣ୍ଟ ଜୋନରେ ବୁଲୁଛନ୍ତି ଲୋକେ - coronavirus
ଖୁଲମଖୁଲା ନିୟମ ଉଲ୍ଲଂଘନ କରୁଛନ୍ତି କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲାର କିଲ୍ଲାବାସୀ । କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ବି ଚେତୁ ନାହାଁନ୍ତି ଏଠିକାର ଲୋକେ । ଅଧିକ ପଢନ୍ତୁ...

କଣ୍ଟେନମେଣ୍ଟ ଜୋନରେ ବୁଲୁଛନ୍ତି ଲୋକେ
ଏଠିକାର ଲୋକମାନେ ସାମାଜିକ ଦୂରତା ନୀତି ଅବଲମ୍ବନ ନକରି ନିଜର ନିତିଦିନିଆ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଏହି ଅଞ୍ଚଳକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବେ ଚିହ୍ନଟ କରାଯାଇ ଜିଲ୍ଲା ପ୍ରଶାସନ ଦ୍ୱାରା ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା । ଏହାପରେ ମଧ୍ୟ ଲୋକ ସଚେତନ ନହୋଇ ନିୟମ ଉଲ୍ଲଂଘନ କରୁଥିବା ଦେଖାଯାଇଛି ।
@ANI