ଓଡିଶା

odisha

କୋରୋନା ଭୟ: ଲୋକଙ୍କୁ ଘରେ ରଖିବା ପାଇଁ ଏମପି SPଙ୍କ ନିଆରା ପନ୍ଥା

By

Published : Mar 23, 2020, 12:51 PM IST

ଜରୁରୀ ସେବା ପ୍ରଦାନ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଦେଶବାସୀ ଘଣ୍ଟ, ଘଣ୍ଟି, ଥାଳି ଆଦି ବଜାଇଥିଲେ । ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶର ମନ୍ଦସୌରରେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଥିଲା ।

Covid-19 latest news
ଲୋକଙ୍କୁ ଘରେ ରଖିବା ପାଇଁ ଏମପି ଏସପିଙ୍କ ନିଆରା ପନ୍ଥା

ଭୋପାଳ: କୋରୋନା ସଂକ୍ରମଣକୁ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରବିବାର ଜନତା କର୍ଫ୍ୟୁ ପାଳନ କରାଯାଇଥିଲା । ଏହା ସହ ଜରୁରୀ ସେବା ପ୍ରଦାନ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଦେଶବାସୀ ଘଣ୍ଟ, ଘଣ୍ଟି, ଥାଳି ଆଦି ବଜାଇଥିଲେ । ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶର ମନ୍ଦସୌରରେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଥିଲା ।

ଗତ ରବିବାର ଯେତେବେଳେ ଜରୁରୀ ସେବା ପ୍ରଦାନ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ସଂନ୍ଧ୍ୟା 5ଟାରେ ଦେଶବାସୀ ଘଣ୍ଟ, ଘଣ୍ଟି, ଥାଳି ଆଦି ବଜାଉଥିଲେ ସେହି ସମୟରେ ମନ୍ଦସୌରରେ ହଠାତ୍ ରାସ୍ତାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ପୋଲିସ ଲୋକମାନଙ୍କୁ ଭିଡ ନଜମାଇବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଲୋକେ ପୋଲିସଙ୍କୁ ଖାତିର ନକରି ଥାଳି ଗିନା ବଜାଇ ମୌଜ ମଜଲିସ୍ କରୁଥିଲେ ।

ଏହାପରେ ମନ୍ଦସୌର ଏସପି ହିତେଶ ଚୌଧୁରୀ ଏହାକୁ ରୋକିବା ପାଇଁ ଏକ ନିଆରା ପନ୍ଥା ଆପଣାଇଥିଲେ । ସେ କିଛି ପେପର ଛପାଇଥିଲେ । ଯେଉଁଥିରେ ଲେଖାଥିଲା,‘ ମେଁ ସମାଜ କା ଦୁଷ୍ମନ ହୁଁ, ମେଁ ଘର ପର ନେହିଁ ରହୁଙ୍ଗା’ ।

ତେବେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କର୍ମୀ ଯେଉଁ ଲୋକ ରାସ୍ତାରେ ବୁଲୁଥିଲେ ତାଙ୍କୁ ଏହି ପେପରରୁ ଗୋଟିଏ ପେପର ଧରାଇବା ସହ ତାଙ୍କର ଏକ ଫଟୋ ଉଠାଇ ହ୍ବାର୍ଟଆପରେ ଭାଇରାଲ କରିଥିଲେ । ଏହି ଘଟଣାର କିଛି ସମୟ ପରେ ଲୋକେ ରାସ୍ତାରେ ବୁଲିବା ବନ୍ଦ କରିଦେଇଥିଲେ । କିଛି ସମୟ ପରେ ରାସ୍ତା ଜନଶୂନ୍ୟ ହୋଇଥିଲା ।

ABOUT THE AUTHOR

...view details