ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ ଥିବାବେଳେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏହି ଭାଇରସକୁ ନେଇ ସାଧାରଣ ଲୋକେ ସତର୍କତା ଅବଲମ୍ବନ କରୁଛନ୍ତି । ତେବେ ବୁଧବାର ମେଟ୍ରୋ ସମେତ ବସ ଏବଂ ଅଧିକାଂଶ ସ୍ଥାନରେ ଲୋକ ମାସ୍କ ପିନ୍ଧୁଥିବାର ଦେଖିବାକୁ ମିଳିଛି ।
ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଲୋକମାନଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି । ଏଣୁ ଲୋକମାନେ ଘରୁ ଗୋଡ କାଢିବା ମାତ୍ରେ ମାସ୍କ ପିନ୍ଧି ବାହାରକୁ ଯାଉଛନ୍ତି । ଏଥିସହ କାହାକୁ ଭେଟିବାକୁ ଯାଉଥିବାବେଳେ ମଧ୍ୟ ମାସ୍କ ପିନ୍ଧି ଯାଉଛନ୍ତି ।