ଓଡିଶା

odisha

ETV Bharat / bharat

ହେଲମେଟ; ସାଇକେଲରେ ବି, ଖାଲି ପାଦରେ ବି...

ନୂଆ ଟ୍ରାଫିକ୍‌ ନିୟମ ପରେ ବି, ଆପଣଙ୍କୁ ରାସ୍ତାଘାଟରେ ଅନେକ ବିନା ହେଲମେଟ୍‌ରେ ଦେଖାଯାଉଥିବେ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେଶର ଏପରି ଏକ ଅଞ୍ଚଳ ଅଛି, ଯେଉଁଠି ପିଲାଠୁ ବୁଢା ସମସ୍ତେ ହେଲମେଟ୍‌ ପିନ୍ଧି ରାସ୍ତାରେ ଯିବା ଆସିବା କରନ୍ତି । ଅଧିକ ପଢନ୍ତୁ...

traffic news
ହେଲମେଟ ; ସାଇକେଲରେ ବି, ଖାଲି ପାଦରେ ବି...

By

Published : Feb 20, 2020, 1:30 PM IST

ନୂଆଦିଲ୍ଲୀ: ନୂଆ ଟ୍ରାଫିକ୍‌ ନିୟମ ପରେ ବି, ଆପଣଙ୍କୁ ରାସ୍ତାଘାଟରେ ଅନେକ ବିନା ହେଲମେଟ୍‌ରେ ଦେଖାଯାଉଥିବେ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେଶର ଏପରି ଏକ ଅଞ୍ଚଳ ଅଛି, ଯେଉଁଠି ପିଲାଠୁ ବୁଢା ସମସ୍ତେ ହେଲମେଟ୍‌ ପିନ୍ଧି ରାସ୍ତାରେ ଯିବା ଆସିବା କରନ୍ତି । ସକାଳ ମର୍ଣ୍ଣିଂୱାର୍କଠୁ ଆରମ୍ଭ କରି ସବୁସମୟରେ ଏଠାରେ ଲୋକେ ହେଲେମେଟ୍‌ ପିନ୍ଧିଥିବାର ଦେଖାଯାନ୍ତି ।

ଆଗ୍ରା ଦୟାଲବାଗ ଅଞ୍ଚଳରେ ଲୋକମାନେ ଚାଲିଚାଲି ଯାଉଥିବାଠୁ ଆରମ୍ଭ କରି କାରରେ ଯାଉଥିବା ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ହେଲମେଟ ପିନ୍ଧୁଛନ୍ତି । ଏପରିକି ସାଇକେଲରେ ଯାଉଥିବା ଲୋକ ବି ହେଲେମେଟ ପିନ୍ଧିଥିବାର ଦେଖିବାକୁ ମିଳିଛି ।

ବସନ୍ତ ପଞ୍ଚମୀରେ ଏହି ଅଞ୍ଚଳରେ ଆୟୋଜିତ ହୋଇଥିବା ଏକ ବୈଠକରେ ସଚେତନତାର ପାଠ ପଢାଯିବା ପରେ ସମସ୍ତେ ଏପରି ହେଲମେଟ୍‌ ପିନ୍ଧୁଥିବା ଦେଖିବାକୁ ମିଳିଛି । ତେବେ ହେଲମେଟ୍‌ ପାଇଁ ପୋଲିସ ଓ ପ୍ରଶାସନ ଲୋକଙ୍କୁ ବୁଝାଇ ବୁଝାଇ ନୟାନ୍ତ ହେଉଥିବାବେଳେ ଏଠାକାର ଲୋକେ ସମାଜ ପାଇଁ ଉଦାହରଣ ସାଜୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details