ନୂଆଦିଲ୍ଲୀ: ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏବେ ଅପେକ୍ଷା 11 ତାରିଖକୁ । ନିର୍ଦ୍ଧାରଣ ତିନି ଦଳର ଭାଗ୍ୟ । ଦିଲ୍ଲୀ କିଏ ଦଖଲ କରିବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ତେବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ଏକଜିଟ ପୋଲ ଅନୁସାରେ ଦିଲ୍ଲୀବାସୀଙ୍କ ଦିଲ୍ ପୁଣିଥରେ ଜିତିପାରେ ଆପ୍ । ମାତ୍ର ଆପକୁ କଡ୍ଡା ଟକ୍କର ଦେଉଥିବା ବିଜେପି ଦ୍ବିତୀୟ ସ୍ଥାନକୁ ଆସିବା ସମ୍ଭାବନା ବି ଦେଖିବାକୁ ମିଳିଛି । ସେପଟେ ଏକଜିଟ ପୋଲ ଅନୁସାରେ କଂଗ୍ରେସ ପୁରା ସତ୍ତା ହରାଇବା କୁହାଯାଉଛି । ତେବେ ଏହାକୁ ନେଇ ସ୍ପଷ୍ଟ ଚିତ୍ର ଆସିନଥିବା ବେଳେ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ବୟାନ ଏବେ ବେଶ ଚର୍ଚ୍ଚାରେ ।
ସେ କହିଛନ୍ତି ଯେ, ଦିଲ୍ଲୀବାସୀ ଏବେ ପରିବର୍ତ୍ତନ ସରକାର ଚାହୁଁଛନ୍ତି । କାରଣ ଦିଲ୍ଲୀର କେଜ୍ରିୱାଲ ସରକାର ଜନତାଙ୍କ ଦାବି ପୂରଣ କରିବାରେ ବିଫଳ ହୋଇଛନ୍ତି । କେବଳ ଘର କି କ୍ଲିନିକ କରି ଦିଲ୍ଲୀ ବାସୀଙ୍କ ମନ ଜିଣିବା ପ୍ରଜୁଯ୍ୟ ନୁହେଁ ବୋଲି ସେ କହିଛନ୍ତି ।