ଓଡିଶା

odisha

ETV Bharat / bharat

ପ୍ରତିବାଦର ନୂଆ ଠିକଣା ସୋସିଆଲ ମିଡିଆ - social media platform

ଲକଡାଉନ ଯୋଗୁଁ ରାସ୍ତାରେ ଶୋଭାଯାତ୍ରା ଓ ପ୍ରତିବାଦର ଧାରା ଉଭେଇ ଯାଉଛି । ତେଣୁ କୌଣସି ବିଷୟରେ ପ୍ରତିବାଦ କରିବାକୁ ଲୋକେ ସାମାଜିକ ଗଣମାଧ୍ୟମରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ପ୍ରତିବାଦର ନୂଆ ଠିକଣା ସୋସିଆଲ ମିଡିଆ
ପ୍ରତିବାଦର ନୂଆ ଠିକଣା ସୋସିଆଲ ମିଡିଆ

By

Published : Apr 21, 2020, 6:53 AM IST

ହାଇଦ୍ରାବାଦ: ସୋସିଆଲ ମିଡିଆର ଚାହିଦା ଆଗରୁ ଯାହା ଥିଲା ଲକଡାଉନବେଳେ ଅଧିକ ହୋଇଛି । ବିଶେଷ କରି ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କୁ ଅବଗତ କରିବା, ନୂଆ ତଥ୍ୟ ଦେବା, କିଛି ପୋଷ୍ଟ କରିବା ସୋସିଆଲ ମିଡିଆରେ ନୂଆ ନୁହେଁ । ହେଲେ ଏବେ ଲକଡାଉନବେଳେ ଆଉ ଏକ ପ୍ରସଙ୍ଗ ଯାହା ଅଧିକ ଆଦୃତ ହୋଇଛି ତାହା ହେଉଛି ପ୍ରତିବାଦ ।

ଲୋକେ ନିଜ ଅଭିଯୋଗ ଓ ପ୍ରତିବାଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଦ୍ବାରା ଜଣାଉଛନ୍ତି । ଟ୍ବିଟରରେ ଟ୍ରେଣ୍ଡ କରିବା ଏକ ପୁରୁଣା ପ୍ରଥା । ଯାହା ଏହି ସମୟରେ ଅଧିକ ଆଦୃତ ହୋଇଛି । ବର୍ତ୍ତମାନ ବାହାରକୁ ବାହାରିବା ବିପଦଜନକ । ସଂକ୍ରମଣ ଭୟ ସହ ସାମାଜିକ ଦୂରତା କଟକଣା । ଲକଡାଉନ ଯୋଗୁଁ ରାସ୍ତାରେ ଶୋଭାଯାତ୍ରା ଓ ପ୍ରତିବାଦର ଧାରା ଉଭେଇ ଯାଉଛି । ତେଣୁ କୌଣସି ବିଷୟରେ ପ୍ରତିବାଦ କରିବାକୁ ଲୋକେ ସାମାଜିକ ଗଣମାଧ୍ୟମରେ ପହଞ୍ଚିଛନ୍ତି । ସରକାରଙ୍କ ନିକଟରେ ପହଞ୍ଚିବାର ଏହା ଏକ ନୂଆ କୌଶଳ । ଘରେ ରହି କିଛି ବି ପ୍ରତିବାଦ ଅବା ଅଭିଯୋଗ ସିଧାସଳଖ ସରକାରଙ୍କୁ ଜଣାଉଛନ୍ତି ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନ ।

ବର୍ତ୍ତମାନ ବିଶ୍ବର ବିଭିନ୍ନ ଦେଶରେ ଦରଦାମ ବୃଦ୍ଧି, ଜରୁରୀକାଳୀନ ସାମଗ୍ରୀର ଚୋରା କାରବାର ଏବଂ ଡାକ୍ତରୀ ଉପକରଣର ଅଭାବ ଦେଖାଦେବା ଆଶଙ୍କା ରହିଛି । ଯାହାକୁ ନେଇ ଚିନ୍ତିତ ଜନତା ସୋସିଆଲ ମିଡିଆରେ ପହଞ୍ଚିଛନ୍ତି । କିଛି ସଚେତନ ନାଗରିକ ଓ ସଙ୍ଗଠନ ଏହା ବିରୋଧରେ ସରକାରଙ୍କୁ ଜଣାଇବା ପାଇଁ ଟ୍ରେଣ୍ଡର ବ୍ୟବହାର କରୁଛନ୍ତି । ଇଜିପ୍ଟ ଭଳି କେତେକ ଦେଶରେ ନାଗରିକମାନେ ଅନଲାଇନରେ ସେମାନଙ୍କ ଉଦବେଗ ଓ ସମସ୍ୟା ପ୍ରକାଶ କରୁଛନ୍ତି । ନିକଟରେ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ଟ୍ବିଟରରେ ଚାଲିଥିବା ହାସ ଟ୍ୟାଗ୍‌ ଏବେ ଆଦୃତି ଲାଭ କରୁଛି । ସେହିପରି ଦୁର୍ନୀତି ନିବାରଣ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନାଇଜେରିଆର ବିଭିନ୍ନ ନାଗରିକ ସଙ୍ଗଠନ ସରକାରଙ୍କୁ ଜଣାଇଛନ୍ତି । ଲୋକେ ରାସ୍ତାରୁ ହଟି ଏବେ ସୋସିଆଲ ମିଡିଆରେ ଗହଳି ଲଗାଇଛନ୍ତି ।

ABOUT THE AUTHOR

...view details