ଓଡିଶା

odisha

ETV Bharat / bharat

ଭିଡ଼ହିଂସା: ଗ୍ରାମବାସୀଙ୍କ ମାଡ଼ରେ ଯୁବକ ମୃତ

ଆସାମରେ ଭିଡ଼ହିଂସା । ଆସାମର ତିହୁ ଗ୍ରାମବାସୀଙ୍କ ମାଡ଼ରେ ଜଣେ ଯୁବକ ପ୍ରାଣ ହରାଇଛି। ମୃତ ମ୍ରିଗେନଙ୍କୁ ଚୋରି ଅଭିଯୋଗରେ ଗ୍ରାମବାସୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 7, 2019, 12:15 PM IST

ଗୌହାଟି: ଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ଭିଡ଼ହିଂସାରେ ଅନେକ ନୀରିହ ଜୀବନ ବଳି ପଡ଼ୁଥିବା ବେଳେ ଏବେ ଏହା ଏକ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ନିକଟ ଅତୀତରେ ଝାଡ଼ଖଣ୍ଡରେ ଜଣେ ନିର୍ଦ୍ଧିଷ୍ଟ ଧର୍ମର ଯୁବକଙ୍କୁ କିଛି ଯୁବକଙ୍କୁ ମାଡ଼ ମାରି ହତ୍ୟା କରିଥିବା ବେଳେ ଏବେ ଅନୁରୂପ ଘଟଣା ଦେଖିବାକୁ ମିଳିଛି ଆସାମରେ।

ଏଠାକାର ନାଲବାରୀ ଜିଲ୍ଲାର ତିହୁ ଗ୍ରାମରେ ରବିବାର ଜଣେ ଯୁବକଙ୍କୁ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରବିବାର ସକାଳେ ଏହି ଘଟଣା ଦେଖିବାକୁ ମିଳିଥିଲା । ମୃତ ଯୁବକ ହେଉଛନ୍ତି ମ୍ରିଗେନ କାଲିତା।

ଚୋରି, ଡକାୟତି ଏବଂ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟ କଳାପରେ ସେ ଜଡିତ ଥିବାର ଅଭିଯୋଗ ହୋଇଥିଲା । ଫଳରେ ଏନେଇ ରବିବାର ସକାଳେ ତାଙ୍କୁ ଗ୍ରାମବାସୀ ମିଳିତ ଭାବେ ମାଡ଼ ମାରିଥିଲେ। ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ପହଞ୍ଚିବା ପରେ ମ୍ରିଗେନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ABOUT THE AUTHOR

...view details