ଭୋପାଳ: ରଙ୍ଗର ପର୍ବ ହୋଲିରେ ସଭିଁଏ ହୋଲି ଖେଳରେ ମସଗୁଲ ଥିବାବେଳେ ମଧ୍ୟପ୍ରଦେଶର ସିଓନି ଜିଲ୍ଲାରେ ପାଳିତ ହୁଏ ନିଆରା ପର୍ବ । ଏଠାକାର ଆଦିବାସୀ ସଂପ୍ରଦାୟ ଲୋକେ ପାଳନ୍ତି ମେଘନାଦ ମେଳା ।
ଏହି ମେଳାରେ କାଠରେ 60 ଫୁଟର ମେଘନାଦ ନିର୍ମାଣ କରାଯାଇଥିଲା । ଯେଉଁଠି ଫୁଲ,ଫଳ ଓ ବଳୀ ଦେଇ ପୂଜା କରନ୍ତି ଏଠାକାର ଆଦିବାସୀ ସଂପ୍ରଦାୟ । ବିଶ୍ବାସ ରହିଛି ଯିଏ ଯାହା ମନସ୍କାମନା କରି ଏଠାରେ ପୂଜା କରେ ତାହା ଫଳପ୍ରାପ୍ତ ହୁଏ । କିନ୍ତୁ ଏଥିପାଇଁ ସର୍ତ୍ତ ମଧ୍ୟ ରହିଛି । ମନସ୍କାମନା ପୂର୍ଣ୍ଣ ପାଇଁ ମେଘନାଦରେ ବିନା ସାହାରାରେ ଝୁଲିବାକୁ ପଡେ । ଏହା କରିବା ଦ୍ବାରା ସମସ୍ତ କାମନା ପୂର୍ଣ୍ଣ ହୁଅ ବୋଲି ଲୋକ ବିଶ୍ବାସ ରହିଛି । ତେବେ କେଉଁ କାଳରୁ ଏହି ପରମ୍ପରା ଏଠାରେ ଚାଲିଛି ତାହା କହିବା ମୁସ୍କିଲ ।