ଓଡିଶା

odisha

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଲକଡାଉନ 2.0

By

Published : Apr 13, 2020, 6:47 PM IST

ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଲକଡାଉନ 2.0 । ଦେଶରେ ଲକଡାଉନ ଅବଧି ବଢାଇବାକୁ ଲୋକେ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଲକଡାଉନ 2.0
ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଲକଡାଉନ 2.0

ହାଇଦ୍ରାବାଦ: ଆଉ ଗୋଟିଏ ଦିନ । ତା'ପରେ ସରିଯିବ ଲକଡାଉନର ଅବଧି । ସରକାର ଘୋଷଣା କରିଥିବା 21 ଦିନିଆ ଲକଡାଉନର ଅବଧି ମଙ୍ଗଳବାର ଏପ୍ରିଲ 14ରେ ସରୁଛି । ଏହାପରେ ସରକାରଙ୍କ ପଦକ୍ଷେପ କଣ ହେବ ତାହା ଉପରେ ସମସ୍ତଙ୍କ ନଜର । ଦ୍ବିତୀୟ ଥର ପାଇଁ ତାଲା ବନ୍ଦ ବଢିବ ବୋଲି ଲୋକେ ଆଶା କରୁଛନ୍ତି ।

ତେବେ ଏହା ଭିତରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଲକଡାଉନ 2.0 । ଦେଶରେ ଲକଡାଉନ ଅବଧି ବଢାଇବାକୁ ଲୋକେ ଦାବି କରିଛନ୍ତି । ପରିସ୍ଥିତିର ଭୟାବହ ଦୃଷ୍ଟିରୁ ଆଉ ଥରେ ଲକଡାଉନ ଘୋଷଣା ପାଇଁ ସମସ୍ତେ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ଟ୍ବିଟରରେ ଟ୍ରେଣ୍ଡ କରୁଛି ଲକଡାଉନ 2.0 । ଦ୍ବିତୀୟ ଥର ଲକଡାଉନ ବଢାଇବାକୁ ଟ୍ବିଟର ୟୁଜର୍ସ ଏହାଦ୍ବାରା ଦାବି ଜଣାଇଛନ୍ତି । ଏହି ଟ୍ରେଣ୍ଡ ଏବେ ଟ୍ବିଟରରେ ତୃତୀୟ ସ୍ଥାନରେ ରହିଛି ।

ତେବେ ମଙ୍ଗଳବାର ସକାଳ 10ଟାରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ଲକଡାଉନ ଅବଧି ବଢିବାର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ପୂର୍ବରୁ ଓଡିଶା, ମହାରାଷ୍ଟ୍ର ଓ ପଞ୍ଜାବ ଭଳି ରାଜ୍ୟ ଏପ୍ରିଲ 30 ଯାଏଁ ଏହି ସମୟସୀମା ବଢାଇଛନ୍ତି । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଅବଧି ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି ।

ABOUT THE AUTHOR

...view details