ଓଡିଶା

odisha

ETV Bharat / bharat

କୋରୋନା ପ୍ରଭାବ: ବଢୁଛି ବହିର ଚାହିଦା - କୋରୋନା ଭାଇରସ ରିପୋର୍ଟ

କୋରୋନା ଭାଇରସକୁ ବ୍ୟାପିବାରୁ ବଞ୍ଚାଇବା ପାଇଁ ସାରା ଦେଶରେ ଆଗାମୀ 21 ଦିନ ଯାଏଁ ଲକଡାଉନ ହୋଇଛି । ଫଳରେ ସମସ୍ତେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏହାସହ କେତେକ ଲୋକ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ: ବଢୁଛି ବହିର ଚାହିଦା
କୋରୋନା ପ୍ରଭାବ: ବଢୁଛି ବହିର ଚାହିଦା

By

Published : Mar 25, 2020, 5:03 PM IST

ହାଇଦ୍ରାବାଦ: ସ୍ମାର୍ଟ ଯୁଗରେ ମୋବାଇଲ, ଇଣ୍ଟରନେଟ ବିନା ଗୋଟିଏ ମୂହୂର୍ତ୍ତ ବିତାଇବା କଷ୍ଟକର । ସୋସିଆଲ ମିଡିଆରେ ଅପଡେଟ ଯୁବପିଢିଙ୍କ ପ୍ରାଥମିକତା । ବହି ଓ କମିକ୍ସ କଥା କିଏ ପଚାରେ । କିନ୍ତୁ ଆଜି ଏପରି ପରିସ୍ଥିତି ଆସି ପହଞ୍ଚିଛି ଯେଉଁଠି ଲୋକେ ପୁଣିଥରେ ବହି ପାଖକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ବହି ଓ କମିକ୍ସ ପଢିବାକୁ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଆଗ୍ରହ । ବିଭିନ୍ନ ଦୋକାନ ଓ ଅନଲାଇନରେ ବହିର ଚାହିଦା ବୃଦ୍ଧି ପାଇଛି ।

କୋରୋନା ଭାଇରସକୁ ବ୍ୟାପିବାରୁ ବଞ୍ଚାଇବା ପାଇଁ ସାରା ଦେଶରେ ଆଗାମୀ 21 ଦିନ ଯାଏଁ ଲକଡାଉନ ହୋଇଛି । ଫଳରେ ସମସ୍ତେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏହାସହ କେତେକ ଲୋକ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି । ତେବେ ଏପରି ସମୟରେ ଲୋକେ ନିଜର ସମୟ ଅତିବାହିତ କରିବାକୁ ବହି ଓ ମୋବାଇଲ ଉପରେ ଅଧିକ ନିର୍ଭର ହୋଇଛନ୍ତି । ବେଙ୍ଗାଲୁରୁର ଇନମୋବି ଗ୍ରୁପ ଦ୍ବାରା କରାଯାଇଥିବା ଏକ ସର୍ଭେରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟର ନାମ ରହିଛି ‘କୋଭିଡ 19 କନଜ୍ୟୁମର ଇନସାଇଟ୍ସ: ଇଣ୍ଡିଆ’ ।

ଜାନୁୟାରୀ ପ୍ରଥମ ସପ୍ତାହରୁ ମାର୍ଚ୍ଚ 11 ଯାଏଁ ସର୍ଭେ କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଏହା ଅନୁସାରେ ଗତ 2 ମାସ ମଧ୍ୟରେ ଲୋକଙ୍କ ମଧ୍ୟରେ ବହି, କମିକ୍ସ ବୁକ ଓ ଗେମିଂ ଆପ୍‌ ପ୍ରତି ଆଗ୍ରହ ଅଧିକ ହୋଇଛି । ବହିପଢା ଓ ଗେମିଂ ଆପ୍‌ ପ୍ରତି ଲୋକଙ୍କ ଆଗ୍ରହ 200 ପ୍ରତିଶତ ବୃଦ୍ଧି ପାଇଛି । ଘରେ ରହିବା ସହ ଲୋକେ ଅଧିକ ବହି ପଢୁଛନ୍ତି । ପ୍ରସିଦ୍ଧ ଲେଖକଙ୍କ ଉପନ୍ୟାସ ସହ ମଜାଦାର କାହାଣୀ ଓ କମିକ୍ସ ପଢି ସମୟ ବିତାଉଛନ୍ତି । ସେହିପରି 110 ପ୍ରତିଶତ ଲୋକ ଗେମିଂ ଆପ୍‌ ଓ 60 ପ୍ରତିଶତ ଭିଡିଓ ଏବଂ ଇମେଜ ଏଡିଟରେ ସମୟ କାଟୁଛନ୍ତି । ମାତ୍ର 37 ପ୍ରତିଶତ ଇଣ୍ଟରନେଟ ସର୍ଚ୍ଚ କରୁଛନ୍ତି ଯାହା ଆଶ୍ଚର୍ଯ୍ୟକର ।

ତେବେ ଖବର, ସୂଚନା, ମନୋରଞ୍ଜନ, ଖେଳ ବିଷୟରେ ଜାଣିବାକୁ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖାଦେଇଛି । ବିଶେଷ କରି ନିଜ ମୋବାଇଲ ଦ୍ବାରା ସେମାନେ ଏହା ଉପରେ ଅପଡେଟ ରହୁଛନ୍ତି । ସେହିପରି ସ୍କୁଲ, କଲେଜ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ବହି ଓ କମିକ୍ସକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ବିଶ୍ବର ବଡ ବଡ ଇଣ୍ଟରନେଟ ବ୍ରାଉଜରରେ ଲୋକଙ୍କ କାର୍ଯ୍ୟକଳାପ ଫେବୃୟାରୀ 12 ପରେ କମିବାରେ ଲାଗିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ABOUT THE AUTHOR

...view details