ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ‘ଆପ୍‌’ ସରକାର; କାମକୁ ମିଳିିଛି ଉପହାର କହିଲେ ଚିରାଗ ପାଶୱାନ - ଆପକୁ ଶୁଭେଚ୍ଛା ଜଣାଇଲେ ଚିରାଗ ପାଶୱାନ

ଦିଲ୍ଲୀ ଫଳାଫଳ ପରେ ଏନଡିଏର ସହଯୋଗୀ ଲୋକ ଜନଶକ୍ତି ପାର୍ଟି(ଏଲଜେପି)ର ଜାତୀୟ ସଭାପତି ଚିରାଗ ପାଶୱାନଙ୍କ ବଡ ବୟାନ । ବିଜୟ ପାଇଁ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଦିଲ୍ଲୀବାସୀ କାମ ପାଇଁ ଆପ୍‌କୁ ବିଜୟ ଭେଟି ଦେଇଛନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ...

Lok Janshakti Party on AAP win
Lok Janshakti Party on AAP win

By

Published : Feb 12, 2020, 11:54 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଫଳାଫଳ ପରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲିୟାନ୍ସ(ଏନଡିଏ)ର ସହଯୋଗୀ ଲୋକ ଜନଶକ୍ତି ପାର୍ଟି(ଏଲଜେପି)ର ଜାତୀୟ ସଭାପତି ଚିରାଗ ପାଶୱାନଙ୍କ ବଡ ବୟାନ । ବିଜୟ ପାଇଁ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନଙ୍କ ପୁଅ ଚିରାଗ ପାଶୱାନ । ଏହା ଜନତାଙ୍କ ପାଇଁ କରିିଥିବା କାମର ପୁରସ୍କାର ବୋଲି କହିଛନ୍ତି ଚିରାଗ ।

ଦିଲ୍ଲୀରେ ୭୦ଟି ଆସନ ମଧ୍ୟରୁ ୬୨ଟି ଆସନରେ ବିଜୟ ଲାଭ କରିବା ସହ ଆପ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଜାତୀୟ ଦଳ ବିଜେପିକୁ ମିଳିଛି ମାତ୍ର 8 ଆସନ ଓ ଦେଶର ସର୍ବପୁରାତନ ଦଳ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ । ଆମ ଆଦମୀ ପାର୍ଟିର ବିପୁଳ ବିଜୟ ପରେ ଜନତା କାମ ଆଧାରରେ ପୁରସ୍କାର ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ଚିରାଗ ପାଶୱାନ ।

ଲୋକସଭା ନିର୍ବାଚନରେ ଯେଉଁଭଳି ଦେଶବାସୀ ନରେନ୍ଦ୍ର ମୋଦିଙ୍କୁ କାମ ଆଧାରରେ ଭୋଟ କରିଥିଲେ , ସେହିଭଳି ଭାବରେ ରାଷ୍ଟ୍ରୀୟ ରାଜଧାନୀରେ କେଜ୍ରିୱାଲ ସରକାରଙ୍କୁ ଜନହିତକାରୀ କାମ ପାଇଁ ଲୋକେ ଭୋଟ ଦେଇଛନ୍ତି ।

ସୂଚନା ଅନୁସାରେ 2020 ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ସହ ରାଷ୍ଟ୍ରୀୟ ରାଜଧାନୀରେ ହ୍ୟାଟ୍ରିକ ଥର ପାଇଁ ସରକାର ଗଠନ କରିବ ଆପ୍‌ ।

PTI INPUT

ABOUT THE AUTHOR

...view details