ହାଇଦ୍ରାବାଦ: କୋରୋନା ଭାଇରସ ଉପରେ ଏକ ନୂଆ ଷ୍ଟଡି କରାଯାଇଛି, ଯାହା ବେଶ ଆରାମ ଦେବ । ଅନୁସନ୍ଧାନରୁ ଜଣାପଡିଛି ଯେ, ଥରେ କୋରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବା ପରେ, ସେହି ଲୋକମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବଡି ତିଆରି ହୁଏ ଏବଂ ସେହିମାନେ ପୁନର୍ବାର ଭୁତାଣୁ ଦ୍ବାରା ସଂକ୍ରମିତ ହୁଅନ୍ତି ନାହିଁ । ୱାଶିଂଟନ ବିଶ୍ୱବିଦ୍ୟାଳୟର ବାୟୋଲୋଜି ଲ୍ୟାବରେ ସହକାରୀ ନିର୍ଦ୍ଦେଶକ ଏବଂ ଫ୍ରେଡ ହଚ କର୍କଟ ଗବେଷଣା କେନ୍ଦ୍ରର ଗବେଷକ ଆଲେକ୍ସଜାଣ୍ଡାର ଗ୍ରେନିଙ୍ଗର ଏହି ଦାବି କରିଛନ୍ତି ।
ଏହି ଗବେଷଣା ସିରୋଲୋଜିକାଲ ସର୍ଭେ ଏବଂ ଆରଟି- PCR ପରୀକ୍ଷା ଆଧାରରେ କରାଯାଇଛି । ଅନୁସନ୍ଧାନ ପାଇଁ ଆମେରିକାର ସିଏଟେଲରୁ ଏକ ମତ୍ସ୍ୟଜୀବୀ ଜାହାଜକୁ ଚୟନ କରାଯାଇଥିଲା । ଏହି ଜାହାଜରେ 122 ଜଣ ଲୋକ ଥିଲେ । ଏହି ଲୋକମାନଙ୍କୁ ସମୁଦ୍ରରେ 18 ଦିନ ଯାତ୍ରା କରିବା ପୂର୍ବରୁ ଏବଂ ଫେରିବା ପରେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷଣରେ, 122 ଜଣଙ୍କ ମଧ୍ୟରୁ 104 ଜଣ ଗୋଟିଏ ଉତ୍ସରୁ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।
ଜାହାଜରେ କୋରୋନା ବିସ୍ତାର ହୋଇଥିଲେ ହେଁ ଏଥିରେ 3 ଜଣ ଲୋକ ଥିଲେ, ଯେଉଁମାନେ ଏହି ସଂକ୍ରମଣରୁ ବଞ୍ଚିଥିଲେ। କାରଣ ଜାହାଜକୁ ଯିବା ପୂର୍ବରୁ ଏହି 3 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ସେମାନେ ଏଥିରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ଏହି କାରଣରୁ, ତାଙ୍କ ଶରୀରରେ ଆଣ୍ଟିବଡି ଗଠନ କରାଯାଇଥିଲା । ଏହି କାରଣରୁ ଏହି ଉକ୍ତ 3 ଜଣ ପୁନର୍ବାର ସଂକ୍ରମିତରୁ ବଞ୍ଚିଯାଇଥିଲେ।