ସୁରଟ: ଏବେ ଚାରିଆଡେ ପୂଜାର ମାହୋଲ । ମାଆଙ୍କ ନବରାତ୍ରୀ ପୂଜାକୁ ଏବେ ସମସ୍ତେ ଉତ୍ସୁକତାର ସହ ପାଳନ କରୁଛନ୍ତି । ତେବେ ସବୁଠାରୁ ଆଧ୍ୟାତ୍ମିକତାର ସହ ଗୁଜୁରାଟୀ ସମ୍ପ୍ରଦାୟ ଏହି ପର୍ବ ପାଳନ କରୁଛନ୍ତି । ଖାସ ସେଥିପାଇଁ ନବରାତ୍ରୀକୁ ନେଇ ପ୍ରତ୍ୟେକ ଦିନ ମାଆଙ୍କ ଆରାଧନ କରିବା ପରେ ନିଜର ପାରମ୍ପରିକ ନାଚ 'ଗରବା' ନାଚି ପର୍ବକୁ ଅତି ସୁନ୍ଦର ଭାବେ ପାଳନ କରିଥାନ୍ତି । ହେଲେ ଚଳିତ ବର୍ଷ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ଚର୍ଚ୍ଚାରେ ସୁରଟ।
ଗରବାରେ ମୋଦି ହାୱା, ମାସ୍କ ପିନ୍ଧି ଠୁମକା ଲଗାଇଲେ ଲୋକେ - ଗରବା ନାଚ
ଗୁଜରାଟର ଭେସୁ ଅଞ୍ଚଳରେ ପୁଣି ଥରେ ଦେଖିବାକୁ ମିଳିଛି ଏହି ନିଆରା ନାଚ । ପ୍ରଧାନମନ୍ତ୍ରୀଙ୍କ ମୁଖଧାରୀ ମାସ୍କ ପିନ୍ଧି ପୁରୁଷ ଠାରୁ ଆରମ୍ଭ କରି ମହିଳା ନୃତ୍ୟ କରିଛନ୍ତି ।
କିଛିଦିନ ତଳେ ସୁରଟବାସୀ ସୁଇମିଂପୁଲରେ ଓ ହେଲମଟ ପିନ୍ଧି 'ଗରବା' ନାଚ ପରିବେଷଣ କରିଥିଲେ । ତେବେ ପୁଣିଥରେ ଭେସୁ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ନିଆରା ନାଚ । ପ୍ରଧାନମନ୍ତ୍ରୀଙ୍କ ମୁଖ ଧାରୀ ମାସ୍କ ପିନ୍ଧି ପୁରୁଷ ଠାରୁ ଆରମ୍ଭ କରି ମହିଳା ଏହି ନୃତ୍ୟ କରିଛନ୍ତି । ଏଥିରୁ ବାରି ହୋଇପଡୁଛି ମୋଦିଙ୍କ ଲୋକପ୍ରିୟତା ।
ଦେଶ ବିଦେଶରେ ମୋଦିଙ୍କ ନାଁ ଏବଂ କାମ ଚର୍ଚ୍ଚାର ଶୀର୍ଷରେ ଥିବା ବେଳେ ଗୁଜୁରାଟ ଲୋକେ ତାଙ୍କ ମୁଖଧାରୀ ମାସ୍କ ପିନ୍ଧି ଗରବା ନୃତ୍ୟରେ ସାମିଲ ହୋଇ ଆଉ ଏକ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଏହି ପର୍ବରେ ସାମିଲ ହୋଇଥିବା ଶ୍ରଦ୍ଧାଳୁ କହିଛନ୍ତି ଗୁଜୁରାଟର ପ୍ରଥମ ଲୋକପ୍ରିୟତା ହେଉଛି ମାତାଙ୍କ ଗରବା ନୃତ୍ୟ ଓ ପରେ ପ୍ରଧାନମନ୍ତ୍ରୀ ମୋଦି।