ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦିଲ୍ଲୀ ନିଜାମୁଦ୍ଦିନ ତବଲିଗୀ ଜମାତରେ ଯୋଗ ଦେଇଥିବା 1499 ଲୋକଙ୍କୁ ଚିହ୍ନଟ କରାଯାଇଛି । ତବଲିଗୀ ଜମାତର 138 ଲୋକ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।
ୟୁପିରେ 1499 ତବଲିଗୀ ଜମାତ୍ ଫେରନ୍ତା ଚିହ୍ନଟ - ଉତ୍ତରପ୍ରଦେଶ ନ୍ୟୁଜ
ଉତ୍ତରପ୍ରଦେଶରେ ଦିଲ୍ଲୀ ନିଜାମୁଦ୍ଦିନ ତବଲିଗୀ ଜମାତରେ ଯୋଗ ଦେଇଥିବା 1499 ଲୋକଙ୍କୁ ଚିହ୍ନଟ କରାଯାଇଛି । ତବଲିଗୀ ଜମାତର 138 ଲୋକ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।
ୟୁପିରେ 1499 ତବଲୀକ୍ ଜମାତ୍ ଚିହ୍ନଟ
ଉତ୍ତରପ୍ରଦେଶ ମୁଖ୍ୟ ସଚିବ ଅବନୀଶ କୁମାର ଅବସ୍ଥୀଙ୍କ ସୂଚନା ଅନୁଯାୟୀ, ତବଲିଗୀ ଜମାତର ଚିହ୍ନଟ ହୋଇଥିବା 1499 ଜଣଙ୍କ ମଧ୍ୟରୁ ମେରଟର 301, ବରେଲୀର 281, କାନପୁରର 67, ବାରଣାସୀର 232, ଲକ୍ଷ୍ନୌ 108, ଆଗ୍ରାର 147, ପ୍ରୟାଗରାଜର 56, ଗୋରଖପୁର213, ଲକ୍ଷ୍ନୌ କମିଶ୍ବରୀର 24 ଏବଂ ଗୌତମବୁଦ୍ଧ ନଗରର କମିଶ୍ବରୀର 70 ଜଣ ଲୋକ ରହିଛନ୍ତି ।
ଏଥିସହ ସେ କହିଛନ୍ତି ଏହି ଲୋକମାନେ ଯେଉଁଠାରେ ରହୁଥିଲେ ସେହି ସବୁ ସ୍ଥାନର କଡା ଯାଞ୍ଚ କରାଯାଉଛି । ପୋଲିସ ତରଫରୁ ଡ୍ରୋନ ଦ୍ବାରା ସମସ୍ତ ଅଞ୍ଚଜଳକୁ ନଜର ରଖାଯାଉଛି ।