ଓଡିଶା

odisha

ETV Bharat / bharat

ଜାମସେଦପୁରରେ ଓଡିଆ ଓ ବଙ୍ଗଳା ସମ୍ପ୍ରଦାୟର ଲୋକେ ପାଳୁଛନ୍ତି ଦୁର୍ଗାପୂଜା - ଜାମଶେଦପୁରରେ ଓଡିଆଙ୍କ ଦୁର୍ଗାପୂଜା ପାଳନ

ଜାମସେଦପୁରରେ ଓଡିଆ ଓ ବଙ୍ଗଳା ସମ୍ପ୍ରଦାୟର ଲୋକେ ପାଳନ କରୁଛନ୍ତି ମହାମାୟାଙ୍କ ନବରାତ୍ର ପୂଜା । ଏଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ନିଜ ନିଜ ରୀତିନୀତିରେ ଦୁର୍ଗାପୂଜା ଠାରୁ ଆରମ୍ଭ କରି ସମସ୍ତ ପୂଜା ପାଳନ କରିଥାନ୍ତି । ଅଧିକ ପଢନ୍ତୁ...

ଜାମଶେଦପୁରରେ ଓଡିଆ ଓ ବଙ୍ଗଳା ସମ୍ପ୍ରଦାୟର ଲୋକେ ପାଳୁଛନ୍ତି ଦୁର୍ଗାୁପୂଜା
ଜାମଶେଦପୁରରେ ଓଡିଆ ଓ ବଙ୍ଗଳା ସମ୍ପ୍ରଦାୟର ଲୋକେ ପାଳୁଛନ୍ତି ଦୁର୍ଗାୁପୂଜା

By

Published : Oct 24, 2020, 10:21 PM IST

ରାଞ୍ଚି: ଜାମସେଦପୁରକୁ ଛୋଟ ଭାରତର ଆଖ୍ୟା ଦିଆଯାଇଛି । କାରଣ ଏଠାରେ ଭିନ୍ନ ଭିନ୍ନ ଜାତି ଏବଂ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ଏବଂ ସମୟ ଆସିଲେ ପରମ୍ପରା ଅନୁଯାୟୀ ପ୍ରତିଟି ପର୍ବ ପାଳନ କରାଯାଏ ।

ଏଥର ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଦୁର୍ଗାପୂଜା ପାଳନ କରାଯାଉଛି । ପାଖାପାଖି 406ଟି ସ୍ଥାନରେ ଦୁର୍ଗାପୂଜା ପାଳନ କରାଯାଉଥିବା ଜଣାପଡିଛି । ହେଲେ ଏଠାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ସେମାନଙ୍କ ରୀତିନୀତି ଅନୁଯାୟୀ ମହାମାୟାଙ୍କ ପୂଜା ପାଳନ କରୁଛନ୍ତି ।

ଜାମସେଦପୁରରେ ବଙ୍ଗାଳୀ ସମାଜର ଲୋକମାନେ ସହରର ବିଭିନ୍ନ ସ୍ଥାନରେ ପରମ୍ପରା ସହିତ ପୂଜା କରୁଥିବାବେଳେ ଓଡିଶା ଲୋକେ ଓଡିଆ ପରମ୍ପରା ଅନୁଯାୟୀ ପୂଜା କରୁଛନ୍ତି । ସମସ୍ତେ ଜାରି ହୋଇଥିବା କୋଭିଡ ନିୟମ ପାଳନ କରି ମାଙ୍କ ପୂଜାର୍ଚ୍ଚନା କରୁଛନ୍ତି ।

ଏଠାରେ ଚାରି ଦିନ ଧରି କ୍ରମାଗତ ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ । ଯେଉଁଥିରେ ବଙ୍ଗଳାର କଳାକାରମାନେ ଆସି କାର୍ଯ୍ୟକ୍ରମ ଉପସ୍ଥାପନ କରିଥାନ୍ତି । କିନ୍ତୁ ଏଥର କୋରୋନା କାରଣରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉନାହିଁ | ସେହିପରି ଓଡିଶାର କଳାକାରମାନେ ଆସି ମଧ୍ୟ କାର୍ଯ୍ୟକ୍ରମ ଉପସ୍ଥାନ କରନ୍ତି । ଓଡିଶା ପୂଜାମଣ୍ଡପରେ ମଧ୍ୟ ଓଡିଆ ପୁରୋହିତ ପୂଜାର୍ଚ୍ଚନା କରନ୍ତି । ସେହିପରି ଜାମସେଦପୁରରେ ଦୁର୍ଗାପୂଜା ସମୟରେ ପ୍ରସାଦର ଚାହିଦା ଅଧିକ ଥାଏ । କିନ୍ତୁ କରୋନା ପାଇଁ ପ୍ରସାଦ ବଣ୍ଟନ କରାଯାଉନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details