ହାଇଦ୍ରାବାଦ: ଅଯୋଧ୍ୟାର ରାମ ଜନ୍ମଭୂମିକୁ ନେଇ ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ସୁରକ୍ଷିତ ରଖି ସାରିଛନ୍ତି । ଅଯୋଧ୍ୟାଠୁ ଅନେକ ଦୂର ନେପାଳରେ ଥିବା ମାତା ସୀତାଙ୍କ ବାପଘର ଜନକପୁରର ଲୋକ ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ଉତ୍କଣ୍ଠାର ସହ ଅପେକ୍ଷେ କରି ବସିଛନ୍ତି ।
ନେପାଳର ଲୋକେ ରାଜା ଜନକଙ୍କ କନ୍ୟା ସୀତାଙ୍କୁ କିଶୋରୀ ମଧ୍ୟ ଡାକନ୍ତି । ଜାନକପୁର ଧାମ ଭଳି ଅଯୋଧ୍ୟାରେ ମଧ୍ୟ ଭବ୍ୟ ରାମ ମନ୍ଦିରର ନିର୍ମାଣ ହେଉ ବୋଲି ସେମାନେ ଚାହାନ୍ତି । ପ୍ରଭୁ ରାମ ଜନକପୁରର ଜ୍ବାଇଁ ହୋଇଥିବା ବେଳେ ଯେବେ ଯାଏ ତାଙ୍କୁ ଉଚିତ ସ୍ଥାନ ମିଳିନାହିଁ ସେବେ ଯାଏଁ କିପରି ଖୁସି ରହିବୁ ବୋଲି ଜନକପୁର ମନ୍ଦିରର ମହନ୍ତ ରାମ ରୋଶନଦାସ କହିଛନ୍ତି ।