ଓଡିଶା

odisha

ETV Bharat / bharat

ରେଡ ଜୋନରେ ପୁଣି ହେବ କୋରୋନା ପରୀକ୍ଷା: ସତ୍ୟନ୍ଦ୍ର ଜୈନ - କୋରୋନା ପରୀକ୍ଷା

ରେଡ ଜୋନରେ ରହୁଥିବା ଲୋକଙ୍କର ପୁଣି ଥରେ କୋରୋନା ପରୀକ୍ଷା କରାଯିବ । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ ।

red zone
ରେଡ ଜୋନରେ ପୁଣି ହେବ କୋରୋନା ପରୀକ୍ଷା

By

Published : May 1, 2020, 4:10 PM IST

ନୂଆଦିଲ୍ଲୀ: ରେଡ ଜୋନରେ ରହୁଥିବା ଲୋକଙ୍କର ପୁଣି ଥରେ କୋରୋନା ପରୀକ୍ଷା କରାଯିବ । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ । ଏଥିସହ ସେ କହିଛନ୍ତି, ମେଡିକାଲ ଟିମ ଡୋର-ଟୁ-ଡୋର ଯାଇ ଲୋକଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ । ତେବେ ଦିଲ୍ଲୀରେ ବର୍ତ୍ତମାନ 3515 କୋରୋନା ଆକ୍ରାନ୍ତ ରହିଛନ୍ତି । ସେଥିମଧ୍ୟରୁ 1094 ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଏଥିସହ ସେ କହିଛନ୍ତି, ବିନା ଅନୁମତିରେ ପ୍ଲାଜମା ଥେରାପି ପ୍ରାଟିସ କରାଯିବ ନାହିଁ ।

ତେବେ ପ୍ଲାଜମା ଥେରାପି ଟେକ୍ନିକାଲ ଥେରାପି ହୋଇଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଏବଂ କେନ୍ଦ୍ର କହିଛନ୍ତି । ତେବେ ଯିଏ କେନ୍ଦ୍ରଠାରୁ ଅନୁମତି ଆଣିବ ସେ ହିଁ କେବଳ ଏହି ପ୍ଲାଜମା ଥେରାପୀର ବ୍ୟବହାର କରିପାରିବ । ଏଣୁ ଦିଲ୍ଲୀ ସରକାର କେନ୍ଦ୍ରଠାରୁ ଏନେଇ ଅନୁମତି ଆଣିସାରିଥିବା ସତ୍ୟନ୍ଦ୍ର ଜୈନ କହିଛନ୍ତି ।

ପ୍ରକାଶ ଥାଉକି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ ସମଗ୍ର ରାଜ୍ୟ ମଧ୍ୟରୁ 130ଟି ଅଞ୍ଚଳକୁ ରେଡ ଜୋନ୍, 284 ଜିଲ୍ଲାକୁ ଅରେଞ୍ଜ ଏବଂ 319 ଜିଲ୍ଲାକୁ ଗ୍ରୀନ ଜୋନରେ ସାମିଲ କରିଛନ୍ତି । ସେହିପରି ଦେଶର 4ଟି ମୁଖ୍ୟ ସହର ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇକୁ ରେଡ ଜୋନରେ ଅନ୍ତର୍ଭୁକ୍ତ କରିଛନ୍ତି । ଏହାଛଡା ବେଙ୍ଗାଲୁରୁ ଅର୍ବାନ, ବେଙ୍ଗାଲୁରୁ ରୁରାଲ, ଲକ୍ଷ୍ନୌ, ହାଇଦ୍ରାବାଦ, ଇନ୍ଦୋର, ଭୋପାଳ, ପାଟନା, ଅହମ୍ମଦାବାଦ,, ସୁରାଟ, ପୁନେ. ଏବଂ ନାଗପୁର ସହରକୁ ମଧ୍ୟ ରେଡ ଜୋନରେ ଅନ୍ତର୍ଭୁକ୍ତ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ ।

ABOUT THE AUTHOR

...view details