ମଦୁରାଇ: ସଂକ୍ରମଣ ଠାରୁ ଅଧିକ ଭୟଙ୍କର ହୋଇଉଠିଛି କୋରୋନା କଟକଣା । ରାସ୍ତାକୁ ଓହ୍ଲାଇଲେ ଶହ ଶହ ଲୋକେ । ଲକଡାଉନ କୋହଳ ହେବା ପରିବର୍ତ୍ତେ କଟକଣାକୁ ବୃଦ୍ଧି କରାଯାଉଛି । ଅତିଷ୍ଠ ହୋଇପଡିଛି ଜନଜୀବନ । ଫଳରେ ଆଜି ତାମିଲନାଡୁର ମଦୁରାଇ ଅଞ୍ଚଳବାସୀ ସାଉଥ ଭେଲି ରୋଡରେ ବିରୋଧ ପ୍ରଦର୍ଶନ କରିଥିଲେ ।
ସହି ହେଉନି କୋରୋନା କଟକଣା । ବନ୍ଦ ରୋଜଗାରର ବାଟ । ଠପ ହୋଇପଡିଛି ସ୍ବାଭାବିକ ଜୀବନ । ଆଗାମୀ ଦିନରେ ସଂକ୍ରମଣ ନୁହେଁ ଭୋକରେ ମରିବାର ଡର ଡରେଲାଣି । ତେଣୁ ତୁରନ୍ତ ସରକାର ଟକଣାକୁ କୋହଳ କରିବାକୁ ଦାବି କରିଛନ୍ତି ଏମାନେ । ସେପଟେ ଦୀର୍ଘ ସମୟ ଧରି ବିରୋଧ ପ୍ରଦର୍ଶନ କରିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ସମସ୍ତଙ୍କୁ ବୁଝାସୁଝା କରିବା ପରେ ଘରକୁ ପଠାଇଦେଇଛି ।