ଓଡିଶା

odisha

ETV Bharat / bharat

କୋରୋନା ଆତଙ୍କ: ଦୋକାନ ବାହାରେ ସାମାଜିକ ଦୂରତା - ସାମାଜିକ ଦୂରତା

ସାରା ଦେଶରେ ଲକଡାଉନ ଯୋଗୁଁ ପରିସ୍ଥିତି ଅସମ୍ଭାଳ ହୋଇଛି । ଲୋକେ ବିପୁଳ ସଂଖ୍ୟାରେ ବାହାରକୁ ବାହାରି ଅନେକ ସ୍ଥାନରେ ଭିଡ ଜମାଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ଆତଙ୍କ: ଦୋକାନ ବାହାରେ ସାମାଜିକ ଦୂରତା
କୋରୋନା ଆତଙ୍କ: ଦୋକାନ ବାହାରେ ସାମାଜିକ ଦୂରତା

By

Published : Mar 25, 2020, 8:48 PM IST

ମୁମ୍ବାଇ: ବିଶ୍ବରେ ଆତଙ୍କ ମଚାଇଥିବା କୋରୋନା ଭାରତରେ ମଧ୍ୟ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଯାହାର ପ୍ରଭାବ ମହାରାଷ୍ଟ୍ରରେ ଅଧିକ ଦେଖିବାକୁ ମିଳିଛି । ଫଳରେ ମହାରାଷ୍ଟ୍ର ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକେ ବାହାରକୁ ବାହାରିବା ସହ ଭିଡ ଜମାଉଛନ୍ତି । ମାତ୍ର ଅନ୍ୟପଟେ ଏପରି ସମୟରେ ମୁମ୍ବାଇର ଅନେକ ଲୋକେ ସଚେତନ ହେବା ସହ ସାମାଜିକ ଦୂରତା ରକ୍ଷା କରୁଥିବାର ଚିତ୍ର ସାମନାକୁ ଆସିଛି ।

ପୂର୍ବ ଅନ୍ଧେରୀରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକ ଗ୍ରୋସୋରୀ ଦୋକାନରେ ସଉଦା କିଣିବା ପାଇଁ ଲୋକଙ୍କ ଭିଡ ଲାଗିଥିଲା । ଯାହାକୁ ଦୃଷ୍ଟିରେ ରଖି ପୂର୍ବରୁ ଦୋକାନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଦୋକାନ ବାହାରେ ଅନେକ ଧଳା ଗୋଲ ଚିହ୍ନ କଟାଯାଇଥିଲା । ଏସବୁ ମଧ୍ୟରେ କିଛି ମିଟରର ଦୂରତା ଥିଲା । ଦୋକାନକୁ କିଣିବାକୁ ଆସୁଥିବା ଗ୍ରାହକ ପ୍ରଥମେ ଏହି ଗୋଲ ମଝିରେ ଛିଡା ହେଉଥିଲେ । ପରେ ପାଳି କରି ଜଣକ ପରେ ଜଣେ ଦୋକାନକୁ ନିଜ ସଉଦା କିଣୁଥିଲେ । ଘଟଣାସ୍ଥଳରେ ପୋଲିସ ମଧ୍ୟ ଉପସ୍ଥିତ ରହି ଲୋକଙ୍କୁ ବୁଝାଇବା ସହ ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଉଥିଲା ।

ସାରା ଦେଶରେ ଲକଡାଉନ ଯୋଗୁଁ ପରିସ୍ଥିତି ଅସମ୍ଭାଳ ହୋଇଛି । ଲୋକେ ବିପୁଳ ସଂଖ୍ୟାରେ ବାହାରକୁ ବାହାରି ଅନେକ ସ୍ଥାନରେ ଭିଡ ଜମାଇଛନ୍ତି । ଏପରି ସମୟରେ ମୁମ୍ବାଇବାସୀ ସଚେତନ ହେବା ସହ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି ।

ABOUT THE AUTHOR

...view details