ଓଡିଶା

odisha

By

Published : Apr 29, 2020, 12:01 AM IST

ETV Bharat / bharat

ଗୋଆ ମାଛ ବ୍ୟବସାୟୀଙ୍କୁ ଲକଡାଉନ ଛାଟ

ଗୋଆରେ ମାଛ ବ୍ୟବସାୟୀଙ୍କ ବେପାର ଖୁବ ଭଲ ଜମିଥାଏ । ବିଶେଷ କରି ଅଗଷ୍ଟରୁ ନଭେମ୍ବର ଯାଏଁ ଏମାନଙ୍କର ଭଲ ଆୟ ହୋଇଥାଏ । ହେଲେ ଲକଡାଉନ ଯୋଗୁଁ ମାନ୍ଦା ପଡିଛି ମାଛ ବ୍ୟବସାୟ । ଅଧିକ ପଢନ୍ତୁ...

ଗୋଆ ମାଛ ବ୍ୟବସାୟୀଙ୍କୁ ଲକଡାଉନ ମାଡ
ଗୋଆ ମାଛ ବ୍ୟବସାୟୀଙ୍କୁ ଲକଡାଉନ ଛାଟ

ପାଣାଜୀ: ବିକ୍ରି ହେଉନି ମାଛ । ଗୋଆରେ ମାଛ ବ୍ୟବସାୟୀଙ୍କୁ ଘାରିଛି ଚିନ୍ତା । ଅଧା ମୂଲ୍ୟରେ ମାର୍କେଟରେ ବିକୁଛନ୍ତି ବେପାରୀ । ପରିସ୍ଥିତି ଦେଖି ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ବ୍ୟବସାୟୀ ।

ଗୋଆରେ ମାଛ ବ୍ୟବସାୟୀଙ୍କ ବେପାର ଖୁବ ଭଲ ଜମିଥାଏ । ବିଶେଷ କରି ଅଗଷ୍ଟରୁ ନଭେମ୍ବର ଯାଏଁ ଏମାନଙ୍କର ଭଲ ଆୟ ହୋଇଥାଏ । ହେଲେ ଗତବର୍ଷ ଏହି ସମୟରେ ଆସିଥିଲା 7ଟି ବାତ୍ୟା । ସମୁଦ୍ରରେ ମାଛ ଧରିବା ସମ୍ଭବ ହୋଇନଥିଲା । ଫଳରେ ଜାନୁୟାରୀ ଯାଏଁ ମାଛ ଧରା ଚାଲିଥିଲା । ତେବେ ଯାହା କିଛି ଭଲ ଆୟ ହୋଇଥାନ୍ତା ଏବର୍ଷ ମାର୍ଚ୍ଚରେ କୋରୋନା ଯୋଗୁଁ ଘୋଷିତ ଲକଡାଉନ ସବୁ ଆଶା ଭାଙ୍ଗିଦେଇଛି । ଆଉ ଥରେ ମାଛ ଧରା ଆରମ୍ଭ ହୋଇଛି । ହେଲେ ଆର୍ଥିକ ସମସ୍ୟା ଦେଖାଦେଇଥିବା କହିଛନ୍ତି ଟ୍ରଲର ଆସୋସିଏସନ କର୍ମକର୍ତ୍ତା ।

କେରଳକୁ ମାଛ ବିକ୍ରି ପାଇଁ ପଠାଯାଇଛି ହେଲେ ସେଠାରେ ମାର୍କେଟ ବନ୍ଦ ଥିବାରୁ ବିକ୍ରି ସମ୍ଭବ ହୋଇପାରିନାହିଁ ବୋଲି ଆସୋସିଏସନ ସଭାପତି କହିଛନ୍ତି । ପରିସ୍ଥିତି ଦେଖି ଅଧା ଦରରେ ମାଛ ବିକ୍ରି କରାଯାଉଛି । ମେ 31ରେ ସମସ୍ତ ମାଛ ଧରା ବୋଟ ବନ୍ଦ ହୋଇଯିବ । ଏହାସହ ବିଭିନ୍ନ ଷ୍ଟାଫଙ୍କୁ ଦରମା ଦେଉଛି ଆସୋସିଏସନ । ବର୍ତ୍ତମାନ ପରିସ୍ଥିତିରେ ତାହା ଅସମ୍ଭବ ଦେଖାଦେଇଛି । ଆର୍ଥିକ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି ଆସୋସିଏସନ କର୍ମକର୍ତ୍ତା ।

ସୌଜନ୍ୟ@ANI

ABOUT THE AUTHOR

...view details