ଓଡିଶା

odisha

By

Published : Dec 7, 2019, 8:42 PM IST

ETV Bharat / bharat

ଇଣ୍ଡିଆ ଗେଟ ଆଗରେ ପୋଲିସ-ପ୍ରଦର୍ଶନକାରୀ ଧସ୍ତାଧସ୍ତି, ଅନେକ ଯୁବତୀ ଚେତାଶୂନ୍ୟ

ଉନ୍ନାଓ ପୀଡିତାଙ୍କୁ ନ୍ୟାୟ ଦାବିରେ ଦିଲ୍ଲୀର ଇଣ୍ଡିଆ ଗେଟ ନିକଟରେ ପ୍ରଦର୍ଶନ । ପୋଲିସ-ପ୍ରଦର୍ଶନକାରୀ ଧସ୍ତାଧସ୍ତି । ଅନେକ ଯୁବତୀ ଚେତାଶୂନ୍ୟ ନେଇ ସୂଚନା ।

India Gate
ଫଟୋ ସୌଜନ୍ୟ: ଏଏନଆଇ

ଲକ୍ଷ୍ନୌ: ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ସାରା ଦେଶରେ ଜନ ଆକ୍ରୋଶ ଲାଗି ରହିଛି । ଉନ୍ନାଓଠୁ ନେଇ ଲକ୍ଷ୍ନୌ ଓ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଦର୍ଶନ ଜାରି ରହିଛି । ଶନିବାର ସନ୍ଧ୍ୟାରେ ମହିଳାଙ୍କ ସୁରକ୍ଷାକୁ ନେଇ ଦିଲ୍ଲୀର ରାଜଘାଟରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।

କ୍ୟାଣ୍ଡେଲ ଶୋଭାଯାତ୍ରା ସମୟରେ ପ୍ରଦର୍ଶନକାରୀଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଛି । ପ୍ରଦର୍ଶକାରୀମାନେ ପୋଲିସ ବ୍ୟାରିକେଡକୁ ଭାଙ୍ଗି ଆଗକୁ ବଢିବାକୁ ଚେଷ୍ଟା କରିଥିବା ଜଣାପଡିଛି ।

ଅନ୍ୟପକ୍ଷେ ପୋଲିସ ପ୍ରଦର୍ଶନକାରୀଙ୍କ ଉପରକୁ ପାଣି ମାଡ କରିଥିବା ନେଇ ମଧ୍ୟ ଜଣାପଡିଛି । ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ସମୟରେ କିଛି ଯୁବତୀ ଚେତାଶୂନ୍ୟ ହୋଇଯାଇଥିବା ଖବର ମିଳିଛି । ଅନେକ ପ୍ରଦର୍ଶକାରୀ ମହିଳା ଆହତ ମଧ୍ୟ ହୋଇଛନ୍ତି । ପ୍ରଦର୍ଶନକାରୀ ହାତରେ ବ୍ୟାନର ଧରି 'ଓ୍ବି ଓ୍ବାଣ୍ଟ ଜଷ୍ଟିସ'ର ନାରା ଲଗାଉଥିଲେ ।

ABOUT THE AUTHOR

...view details