ଗାଜିଆବାଦ: ଶହୀଦ ଯବାନଙ୍କୁ ଅଶ୍ରୁଳ ବିଦାୟ । ହିମାଚଳ ପ୍ରଦେଶରେ ଗେଷ୍ଟହାଉସ କୋଠା ଭୁଶୁଡିବା ଘଟଣାରେ ଯବାନ ପ୍ରାଣ ହରାଇଥିଲେ । ଯବାନଙ୍କ ଅନ୍ତିମ ବିଦାୟ ସମୟରେ ଗାଜିଆବାଦ ଜନସମୁଦ୍ରରେ ପରିଣତ ହୋଇଥିଲା ।
ଗାଜିଆବାଦରେ ଶହୀଦ ଯବାନଙ୍କୁ ଅନ୍ତିମ ବିଦାୟ - ghaziabad
ଗାଜିଆବାଦରେ ଶହୀଦ ଯବାନଙ୍କୁ ଅନ୍ତିମ ବିଦାୟ । ହିମାଚଳ ପ୍ରଦେଶରେ ଗେଷ୍ଟହାଉସ କୋଠା ଭୁଶୁଡିବା ଘଟଣାରେ ଯବାନ ପ୍ରାଣ ହରାଇଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ ଗତ ରବିବାର ଏକ ଢାବା ଓ ଗେଷ୍ଟହାଉସର କୋଠା ଭୁଶୁଡିବା ଘଟଣାରେ ସେନାର 14 ଜଣ ଯବାନ ପ୍ରାଣ ହରାଇଥିଲେ । ଶହୀଦ ଯବାନଙ୍କ ମଧ୍ୟରୁ ସୁବେଦାର ଯୋଗେଶ ତୋମର ନାମକ ଜଣେ ଯବାନ ଗାଜିଆବାଦର ଅତରୌଲିର । ମଙ୍ଗଳବାର ଶହୀଦ ଯବାନଙ୍କ ପ୍ରାର୍ଥୀବ ଶରୀର ନିଜ ଗାଁରେ ପହଞ୍ଚିବା ପରେ ବହୁ ସଂଖ୍ୟକ ଲୋକେ ଯବାନଙ୍କ ଶେଷ ଦର୍ଶନ ପାଇଁ ଜମା ହୋଇଯାଇଥିଲେ । ତେବେ କିଛିଦିନ ପୂର୍ବରୁ ଯୋଗେଶଙ୍କୁ ଦିଲ୍ଲୀ ବଦଳି କରାଯାଇଥିଲା ।