ଅହମ୍ମଦାବାଦ: କୋରୋନା କଟକଣା ମଧ୍ୟରେ ସାମାଜିକ ଦୁରତାକୁ ଗୁରୁତ୍ବ ଦିଆଯିବା ସହ ଏକତ୍ର ଭିଡ ନକରିବାକୁ ସରକାର ବିଭିନ୍ନ ନିୟମ କରିଥିବା ବେଳେ ନେତା ମନ୍ତ୍ରୀ ମାନେ ବାରମ୍ବାର ଏହି କଟକଣା ଭାଙ୍ଗୁଥିବା ଦେଖାଯାଇଛି । ଏଭଳି କିଛି ଘଟଣା ଘଟିଛି ଗୁଜୁରାଟରେ ।
ପୂର୍ବତନ ବିଜେପି ବିଧାୟକ ତଥା ଆଦିବାସୀ ମନ୍ତ୍ରୀ କାନ୍ତୀ ଗମିତଙ୍କ ନାତୁଣୀଙ୍କ ବିବାହରେ କୋଭିଡ ଗାଇଡଲାଇନକୁ ଖୋଲାଖୋଲି ଉଲଙ୍ଘନ କରି ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିବା ଅଭିଯୋଗ ହୋଇଛି । ସୋନାଡର ଦୋସୱାଡା ଗ୍ରାମରେ ବିବାହ ଉତ୍ସବ ଆୟୋଜନ କରିଥିଲେ ଏହି ରାଜନେତା । ସେଠାରେ ଅନେକ ଭିଡ ହୋଇଥିବା ସତ୍ତ୍ବେ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୁରତା ଓ ମାସ୍କ ପିନ୍ଧିବା ଭଳି ମୌଳିକ କଟକଣା ମଧ୍ୟ ଦେଖିବାକୁ ମିଳିନଥିଲା । ବିବାହ ଉତ୍ସବରେ ସାମିଲ ହୋଇଥିବା ହଜାର ହଜାର ଲୋକେ ଏକତ୍ର ହୋଇ ନାଚୁଥିବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।