ଓଡିଶା

odisha

ETV Bharat / bharat

ସମ୍ବିଧାନ ସୁରକ୍ଷା ନେଇ କୋଲକାତାରେ ମାନବ ଶୃଙ୍ଖଳା - human chain in Kolkata

ସାଧାରଣତନ୍ତ୍ର ଦିବସ ଅବସରେ ସମ୍ବିଧାନ ସୁରକ୍ଷା ନେଇ କୋଲକତାବାସୀ ନିର୍ମାଣ କଲେ ମାନବ ଶୃଙ୍ଖଳା। ଅଧିକ ପଢନ୍ତୁ...

human chain in Kolkata
କୋଲକାତାରେ ମାନବ ଶୃଙ୍ଖଳା

By

Published : Jan 27, 2020, 10:38 PM IST

କୋଲକତା: ସାଧାରଣତନ୍ତ୍ର ଦିବସ ଅବସରେ ସମ୍ବିଧାନ ସୁରକ୍ଷା ନେଇ କୋଲକତାବାସୀ ନିର୍ମାଣ କଲେ ମାନବ ଶୃଙ୍ଖଳା। ସମ୍ବିଧାନକୁ ସମ୍ମାନ ଓ ସୁରକ୍ଷା ଉଦ୍ଦେଶ୍ୟରେ ଗୋଲପାର୍କର ରାମକୃଷ୍ଣ ମିଶନ ଠାରୁ ଶ୍ୟାମ ବଜାର ନେତାଜୀ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ହଜାର ହଜାର ଲୋକ ଏକତ୍ରିତ ହୋଇ ଏହି ମାନବ ଶୃଙ୍ଖଳାକୁ ତିଆରି କରିଥିଲେ।

ବହୁ ମହିଳା ଓ ଶିଶୁ ହାତକୁ ହାତ ଧରି ମାନବ ଶୃଙ୍ଖଳାକୁ ତିଆରି କରିଥିଲେ। ସମ୍ବିଧାନ ସମାନତା ଓ ସ୍ବାଧିନତାର ପ୍ରତିକ ବୋଲି ଏଥିରେ ସମ୍ବାଦ ଦିଆଯାଇଥିଲା। ୟୁନାଇଟେଡ ଇଣ୍ଟେରଫେତ୍ ଫାଉଣ୍ଡେସନ୍ (UIFI)ର ସାସ୍କୃତିକ ସଂଗଠନ ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲା।

ଗୋଲପାର୍କର ରାମକୃଷ୍ଣ ମିଶନ ଠାରୁ ଶ୍ୟାମ ବଜାର ନେତାଜୀ ପ୍ରତିମୂର୍ତ୍ତି ଛକ ମଧ୍ୟରେ ନିର୍ମିତ ମାନବ ଶୃଙ୍ଖଳାରେ 15 ଟି ସଂଯୋଗ କେନ୍ଦ୍ର ଥିଲା। ଏହି 15 ଟି ସଂଯୋଗ କେନ୍ଦ୍ର ଗୁଡିକରେ ଇଂରାଜୀ, ବଙ୍ଗାଳି ଓ ହିନ୍ଦୀରେ ସମ୍ବିଧାନର ମୁଖବନ୍ଧ ପଢା ଯାଇଥିଲା।

ABOUT THE AUTHOR

...view details