ନୂଆଦିଲ୍ଲୀ: କୋରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଲଗାଯାଇଥିବା ଲକଡାଉନ୍ ସମୟରେ ସରକାରୀ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ଶୁକ୍ରବାର ରାଜଧାନୀ ଦିଲ୍ଲୀରୁ 2 ହଜାର 654 ଜଣଙ୍କୁ ଗିରଫ କରାଯାଇଛି ।
ଦିଲ୍ଲୀରେ ଲକଡାଉନ୍ ନିୟମ ଉଲ୍ଲଂଘନ କରି ଲକ୍ଷେରୁ ଉର୍ଦ୍ଧ୍ବ ଲୋକ ଅଟକ - କୋରୋନା ଭାଇରସ
କୋରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଲଗାଯାଇଥିବା ଲକଡାଉନ୍ ସମୟରେ ସରକାରୀ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ଶୁକ୍ରବାର ରାଜଧାନୀ ଦିଲ୍ଲୀରୁ 2 ହଜାର 654 ଜଣଙ୍କୁ ଗିରଫ କରାଯାଇଛି ।
ଦିଲ୍ଲୀରେ ଲକଡାଉନ୍ ନିୟମ ଉଲଂଘନ
ମାର୍ଚ୍ଚ 24 ତାରିଖରୁ ଦିଲ୍ଲୀ ପୋଲିସ ଆଇନର ଧାରା 65 ଅନୁଯାୟୀ ଆଦେଶ ଉଲ୍ଲଂଘନ କରି ସମୁଦାୟ 1 ଲକ୍ଷ 33 ହଜାର 158 ଜଣଙ୍କୁ ଅଟକ ରଖାଯାଇଛି। ମାସ୍କ ନ ପିନ୍ଧି ଘରୁ ବାହାରକୁ ଯିବା ପାଇଁ ଲୋକଙ୍କ ବିରୋଧରେ 25ଟି ମାମଲା ରୁଜୁ ହୋଇଛି।
ପୋଲିସର ତଥ୍ୟ ଅନୁଯାୟୀ, ଭାରତୀୟ ଦଣ୍ଡବିଧି ସଂହିତା ଧାରା 188 ଅନୁଯାୟୀ 90 ଟି ମାମଲା ରୁଜୁ କରାଯାଇଛି । ଧାରା 65 ଅନୁଯାୟୀ ଏବଂ ଦିଲ୍ଲୀ ପୋଲିସ ଅଧିନିୟମର ଧାରା 66 ଅନୁଯାୟୀ 157 ଟି ଯାନ ଅଟକ ରଖାଯାଇଛି। ଏହାସହ 426ଟି ମୁଭମେଣ୍ଟ ପାସ୍ ଜାରି କରାଯାଇଥିବା ପୋଲିସ କହିଛି ।