ଓଡିଶା

odisha

ନିର୍ଦ୍ଧିଷ୍ଟ ସମୟରେ ଦିଲ୍ଲୀ ଆଜାଦପୁର ସବଜୀ ମଣ୍ଡିରେ ମିଳିବ ପରିବା

By

Published : Apr 19, 2020, 10:22 AM IST

ଦେଶର ରାଜଧାନୀରେ ଅସମ୍ଭାଳ ପରିସ୍ଥିତିରେ କୋରୋନା କୋପ। ଏନେଇ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରାଯାଇ ପରିବା ବିକ୍ରି ପାଇଁ ସ୍ଥିର କରାଯାଇଛି। ଅଧିକ ଖବର ପଢନ୍ତୁ...

ସବଜୀ ମଣ୍ଡିରେ ମିଳିବ ପରିବା
Azadpur Sabzi Mandi

ନୂଆଦିଲ୍ଲୀ: ଦିଲ୍ଲୀରେ ଅସମ୍ଭାଳ ହେଉଛି କୋରୋନା ପରିସ୍ଥିତି। ଦିନକୁ ଦିନକୁ ଶହଶହ ସଂଖ୍ୟାରେ ଆକ୍ରାନ୍ତ ବାହାରୁଥିବା ବେଳେ ଅନେକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା 1893 ଛୁଇଁଛି ।

ଏପଟେ ଦିଲ୍ଲୀରେ କୋରୋନା ଭାଇରସ୍ ମାମଲାକୁ ଦୃଷ୍ଟିରେ ରଖି 'ଆଜାଦପୁର ସବଜୀ ମଣ୍ଡିକୁ ପୂର୍ବରୁ ବିନା ପାସ୍ ରେ କୌଣସି ପ୍ରବେଶ ବନ୍ଦ କରିଦେଇଥିଲେ। ଏବେ ଏହି ସ୍ଥାନରେ ପନିପରିବା ଏବଂ ଫଳର ବିକ୍ରୟ ପାଇଁ ନିର୍ଦ୍ଧିଷ୍ଟ ସମୟ ସ୍ଥିର କରିଛନ୍ତି।

ତେବେ ସକାଳ 6 ଟାରୁ 11 ଟା ଏବଂ ରାତି 2 ଟାରୁ 6 ଟା ପର୍ଯ୍ୟନ୍ତ ଏଠାରେ ପରିବା ବିକ୍ରି କରାଯାଉଛି। ବ୍ୟବସାୟୀ ମାନେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସେମାନଙ୍କ ସେଡ୍ ନମ୍ବର ଅନୁଯାୟୀ କଡା ନିୟମ ଅନୁସରଣ କରିବା ଆରମ୍ଭ କରିଛନ୍ତି।

ABOUT THE AUTHOR

...view details