ଓଡିଶା

odisha

ETV Bharat / bharat

ଅଧିକାଂଶ ସ୍ମାର୍ଟଫୋନ ୟୁଜର୍ସ ଅନଲାଇନ ଲିକ କରନ୍ତି ବ୍ୟକ୍ତିଗତ ତଥ୍ୟ - ସ୍ମାର୍ଟଫୋନର ବହୁଳ ବ୍ୟବହାର

ଦୈନନ୍ଦିନ ଜୀବନରେ ଆମ ସହିତ କ’ଣ ଘଟୁଛି, କିଛି ଭଲ କଥା କି କିଛି ଖରାପ ଘଟଣା ସମ୍ପର୍କରେ ଏହି ସ୍ମାର୍ଟଫୋନ ଜରିଆରେ ସାରା ବିଶ୍ବକୁ ଆମେ ଜଣାଉଛୁ । ତେବେ ଏଠାରେ ଗୋଟିଏ ମିନିଟ ନେଇ ଭାବନ୍ତୁ, କି ସ୍ମାର୍ଟଫୋନ ଜରିଆରେ ନିଜକୁ ପରିପ୍ରକାଶ କରିବା କେତେ ଦୂର ସୁରକ୍ଷିତ ?

smartphone, personal information leakage on smartphone, technology news, usage of smart phone, side effects of smart phone, ସ୍ମାର୍ଟଫୋନ, ସ୍ମାର୍ଟଫୋନରେ ବ୍ୟକ୍ତିଗତ ତଥ୍ୟର ପରିପ୍ରକାଶ, ଟେକ୍ନୋଲୋଜି ନ୍ୟୁଜ, ସ୍ମାର୍ଟଫୋନର ବହୁଳ ବ୍ୟବହାର, ସ୍ମାର୍ଟଫୋନ ସାଇଡ ଇଫେକ୍ଟ
ଅଧିକାଂଶ ସ୍ମାର୍ଟଫୋନ ୟୁଜର୍ସ ଅନଲାଇନ ଲିକ କରନ୍ତି ବ୍ୟକ୍ତିଗତ ତଥ୍ୟ

By

Published : May 4, 2020, 7:17 AM IST

ନ୍ୟୁୟର୍କ: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଆମମାନଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି । ପ୍ରତ୍ୟେକ ସମୟରେ ଆମେ ଆମ ପାଖରେ ସ୍ମାର୍ଟଫୋନକୁ ଚାହିଁଥାଉ । ଦୈନନ୍ଦିନ ଜୀବନରେ ଆମ ସହିତ କ’ଣ ଘଟୁଛି, କିଛି ଭଲ କଥା କି କିଛି ଖରାପ ଘଟଣା ସମ୍ପର୍କରେ ଏହି ସ୍ମାର୍ଟଫୋନ ଜରିଆରେ ସାରା ବିଶ୍ବକୁ ଆମେ ଜଣାଉଛୁ । ତେବେ ଏଠାରେ ଗୋଟିଏ ମିନିଟ ନେଇ ଭାବନ୍ତୁ, କି ସ୍ମାର୍ଟଫୋନ ଜରିଆରେ ନିଜକୁ ପରିପ୍ରକାଶ କରିବା କେତେ ଦୂର ସୁରକ୍ଷିତ ?

ଏହି ବିଷୟକୁ ନେଇ ନିକଟରେ ହୋଇଥିବା ଏକ ଅଧ୍ୟୟନରି ଜଣା ପଡିଛି କି ବର୍ତ୍ତମାନ ସମୟରେ ଲୋକେ ଡେସ୍କଟପ ବା ଲାପଟପ ଅପେକ୍ଷା ସ୍ମାର୍ଟଫୋନ ଉପରେ ଅଧିକ ନିର୍ଭରଶୀଳ । ଏମିତିରେ ବ୍ୟକ୍ତି ନିଜ ସମ୍ବନ୍ଧୀୟ ଛୋଟ ବଡ ସମସ୍ତ ଘଟଣାରେ ସ୍ମାର୍ଟଫୋନ ଜରିଆରେ ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରକାଶ କରିବାକୁ କେବେ କୁଣ୍ଠାବୋଧ ଅନୁଭବ କରେ ନାହିଁ । ବରଂ ସାମ୍ନା ସାମ୍ନା କଥା ହେବାରେ ଅସୁବିଧା ଅନୁଭବ କରୁଥିବା ଆଜିର ପୀଢି ପାଇଁ ସ୍ମାର୍ଟଫୋନ ପାଲଟିଛି ନୂଆ କମ୍ପର୍ଟ ଜୋନ । ସେ ଫୋନରେ ଘଣ୍ଟା ଘଣ୍ଟା ଧରି କଥା ହେବା ହେଉ କି ଫୋନରେ କିଛି ବ୍ୟକ୍ତିଗତ ତଥ୍ୟ ପ୍ରକାଶ କରିବା । ଏସମସ୍ତ କ୍ଷେତ୍ରରେ ସ୍ମାର୍ଟଫୋନ ଲୋକଙ୍କ ବିଶ୍ବାସର ପାତ୍ର ପାଲଟିଛି ।

ପ୍ରାୟ 3,69,161ଟି ଟ୍ବିଟ ଓ 10,185 ରେସ୍ତୋରାଁ ରିଭ୍ୟୁ ଦେଖି ଜଣା ପଡିଛି କି ଲୋକେ ଡେସ୍କଟପ ବା ଲାପଟପ ଅପେକ୍ଷା ସ୍ମାର୍ଟଫୋନ ଜରିଆରେ ନିଜକୁ ଅଧିକ ପରିପ୍ରକାଶ କରିବାକୁ ଚେଷ୍ଟା କରନ୍ତି । ଏମିତିରେ ଅଜାଣତରେ ବ୍ୟକ୍ତି ସ୍ମାର୍ଟଫୋନ ଜରିଆରେ ଅନେକ ବ୍ୟକ୍ତିଗତ ତଥ୍ୟ ପ୍ରକାଶ କରିଥାଏ । ଯାହା ଡେସ୍କଟପରେ ନିଜ ଭାବନ ପରିପ୍ରକାଶର ମାତ୍ରାଠରୁ ଢେର ଅଧିକ । ଅଧ୍ୟୟନରୁ ଏହା ମଧ୍ୟ ଜଣା ପଡିଛି କି ଡେସ୍କଟପ ବା ଲାପଟପ ବ୍ୟବହାର ସମୟରେ ବିଭିନ୍ନ ପପ୍‌-ଅପ୍‌ ଆଡକୁ ଲୋକେ ଅଣଦେଖା କରନ୍ତି । ହେଲେ ସ୍ମାର୍ଟଫୋନରେ ବିଭିନ୍ନ ଆଡକୁ ଲୋକେ କ୍ଲିକ କରି ଦେଖନ୍ତି ଓ ଅଜାଣତରେ ଲିକ କରନ୍ତି ବ୍ୟକ୍ତିଗତ ତଥ୍ୟ ।

ତେଣୁ ଏହା କୁହାଯାଇପାରେ କି ସ୍ମାର୍ଟଫୋନ ହେଉ କିମ୍ବା ଡେସ୍କଟପ, ପ୍ରତ୍ୟେକ ଗ୍ୟାଜେଟ ବ୍ୟବହାରର ଏକ ସୀମା ରହିବା ଉଚିତ୍‌ । ଏହା ଆପଣଙ୍କ ବ୍ୟକ୍ତିତ୍ବକୁ ଭିନ୍ନ ଆକରରେ ପରିପ୍ରକାଶ କରୁ , ଏହା ପୂର୍ବରୁ ଆପଣ ସାବଧାନ ହୁଅନ୍ତୁ ଓ ଏସବୁ କରିବାକୁ ନିଜକୁ ଦୂରେଇ ରଖନ୍ତୁ । ସ୍ମାର୍ଟଫୋନର ଭର୍ଚୁଆଲ ଦୁନିଆ ନୁହେଁ ବାସ୍ତବ ଦୁନିଆରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ ।

ABOUT THE AUTHOR

...view details