ଓଡିଶା

odisha

ଭିଡ ହିଂସାକୁ ନେଇ ଆରଏସଏସକୁ ଘେରିଲେ ଓୱେସୀ

ସାମୁହିକ ହିଂସା ପଛରେ ଯେଉଁ ବି ସଂଗଠନର ହାତ ଅଛି, ସେମାନେ ସମସ୍ତେ ସଂଘ ପରିବାର (ଆରଏସଏସ) ସହ ଜଡ଼ିତ ଥିବା ଅଭିଯୋଗ କରିଛନ୍ତି ହାଇଦ୍ରାବାଦ୍‌ ସାଂସଦ ଅସାଦୁଦ୍ଦିନ ଓୱେସୀ ।

By

Published : Jun 30, 2019, 9:33 PM IST

Published : Jun 30, 2019, 9:33 PM IST

Updated : Jul 1, 2019, 7:04 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ହିଡ ହିଂସାକୁ ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକଙ୍କୁ ଟାର୍ଗେଟ କରିଛନ୍ତି ହାଇଦ୍ରାବାଦ୍‌ ସାଂସଦ ତଥା ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ । ଦେଶରେ ବଢୁଥିବା ଭିଡ ହିଂସା ପାଇଁ ସଙ୍ଘ ପରିବାରକୁ ଦାୟୀ କରିଛନ୍ତି ସେ ।

'ଜୟ ଶ୍ରୀରାମ' ଏବଂ 'ବନ୍ଦେ ମାତରମ' ନାରା କହୁନଥିବା ଲୋକଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ କରାଯାଉଛି ବୋଲି ଓୱେସୀ କହିଛନ୍ତି । କେବଳ ମୁସଲମାନ ଏବଂ ଦଳିତଙ୍କୁ ଟାର୍ଗେଟ କରାଯାଉଛି । ସେମାନଙ୍କୁ ପିଟିପିଟି ହତ୍ୟା କରାଯାଉଛି । ଏଭଳି ଘଟଣା ଦେଶରେ ଥମିବ ନାହିଁ ବୋଲି କହିଛନ୍ତି ସେ । ଏହା ପଛରେ ଯେଉଁ ବି ସଂଗଠନର ହାତ ଅଛି, ସେମାନେ ସମସ୍ତେ ସଂଘ ପରିବାର ସହ ଜଡ଼ିତ ଥିବା ଅଭିଯୋଗ କରିଛନ୍ତି ଓୱେସୀ ।

ସୂଚନା ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଝାଡଖଣ୍ଡର ସରାୟକେଲାରେ ତବରେଜ ଅଂସାରୀ ନାମକ ଜଣେ ମୁସଲମାନ ବ୍ୟକ୍ତିଙ୍କୁ କିଛି ଲୋକ ସଙ୍ଘବଦ୍ଧ ଭାବେ ପିଟି ପିଟି ହତ୍ୟା କରିଥିଲେ । ଏହା ସହିତ ତାଙ୍କୁ ଜୟ ଶ୍ରୀ ରାମ ଏବଂ ଜୟ ହନୁମାନ କହିବାକୁ ବାଧ୍ୟ କରିଥିଲେ ।

Last Updated : Jul 1, 2019, 7:04 AM IST

ABOUT THE AUTHOR

...view details