ଓଡିଶା

odisha

ETV Bharat / bharat

କୋରୋନା ସୁପରସ୍ପେଡର୍‌ ବାହାରିଲେ ପୋଷ୍ଟମ୍ୟାନ, ଗୋଟିଏ ଗାଁରୁ 102 ଆକ୍ରାନ୍ତ - କୋରୋନା ସୁପରସ୍ପେଡର୍‌ ବାହାରିଲେ ପୋଷ୍ଟମ୍ୟାନ

ତେଲେଙ୍ଗାନାର ୱାନାପର୍ତି ଜିଲ୍ଲା ଅନ୍ତର୍ଗତ ଗୋଟିଏ ଛୋଟ ଗାଁରେ ୧୦୨ଜଣଙ୍କୁ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ କରାଇ ପେନ୍‌ସନ୍ ବାଣ୍ଟିବାକୁ ଆସିଥିବା ଜଣେ ପୋଷ୍ଟ୍‌ମ୍ୟାନ୍ ସୁପରସ୍ପେଡର୍‌ ଆଖ୍ୟା ପାଇଛନ୍ତି। 10 ଦିନ ପୂର୍ବେ ଜିଲ୍ଲା ମୁଖ୍ୟାଳୟର ଜଣେ ପୋଷ୍ଟମ୍ୟାନ୍ ଗ୍ରାମବାସୀଙ୍କ ମଧ୍ୟରେ ପେନ୍ସନ୍ ବଣ୍ଟନ କରିବା ପାଇଁ ଗାଁରେ ପହଞ୍ଚିଥିଲେ ଯେଉଁଠାରୁ ସଂକ୍ରମଣ ଆରମ୍ଭ ହୋଇଥିଲା। ଅଧିକ ପଢନ୍ତୁ..

କୋରୋନା ସୁପରସ୍ପେଡର୍‌ ବାହାରିଲେ ପୋଷ୍ଟମ୍ୟାନ, ଗୋଟିଏ ଗାଁରୁ 102 ଆକ୍ରାନ୍ତ
କୋରୋନା ସୁପରସ୍ପେଡର୍‌ ବାହାରିଲେ ପୋଷ୍ଟମ୍ୟାନ, ଗୋଟିଏ ଗାଁରୁ 102 ଆକ୍ରାନ୍ତ

By

Published : Aug 26, 2020, 4:08 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ୱାନାପର୍ତି ଜିଲ୍ଲା ଅନ୍ତର୍ଗତ ଗୋଟିଏ ଛୋଟ ଗାଁରେ ୧୦୨ଜଣଙ୍କୁ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ କରାଇ ପେନ୍‌ସନ୍ ବାଣ୍ଟିବାକୁ ଆସିଥିବା ଜଣେ ପୋଷ୍ଟ୍‌ମ୍ୟାନ୍ ସୁପରସ୍ପେଡର୍‌ ଆଖ୍ୟା ପାଇଛନ୍ତି। ୱାନାପର୍ତି ଜିଲ୍ଲାର ଏହି ଗାଁରେ କୋରୋନା ବିସ୍ଫୋରକ ରେକର୍ଡ କରିଛି । ଏହି ୧୦୨ କୋରୋନା ଆକ୍ରାନ୍ତ 10 ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି, ଯେଉଁଥିରେ ବହୁ ସଂଖ୍ୟାରେ ଗ୍ରାମବାସୀ ସକରାତ୍ମକ ହୋଇପଡିଛନ୍ତି। ପ୍ରାୟ 10 ଦିନ ପୂର୍ବେ ଜିଲ୍ଲା ମୁଖ୍ୟାଳୟର ଜଣେ ପୋଷ୍ଟମ୍ୟାନ୍ ଗ୍ରାମବାସୀଙ୍କ ମଧ୍ୟରେ ପେନସନ ବଣ୍ଟନ କରିବା ପାଇଁ ଗାଁରେ ପହଞ୍ଚିଥିଲେ, ଯେଉଁଠାରୁ ସଂକ୍ରମଣ ଆରମ୍ଭ ହୋଇଥିଲା ।

ସର୍ବପ୍ରଥମେ, ଯେଉଁ ହିତାଧିକାରୀଙ୍କ ସେ ଯୋଗାଯୋଗ କରିଥିଲେ, ସେମାନେ ସକାରାତ୍ମକ ପରୀକ୍ଷା କରିଥିଲେ । ତା’ପରେ ସଂକ୍ରମିତ ହୋଇଥିଲେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବାକି ଲୋକେ। ଏ କଥା ଜାଣିବା ପରେ ଗ୍ରାମବାସୀ ଆପଣାଛାଏଁ ଲକ୍‌ଡାଉନ୍‌ ଘୋଷଣା କରି ରହିଛନ୍ତି। ସମ୍ପୃକ୍ତ ଜିଲ୍ଲାରେ ବିଶାଳ ନମୁନା ପରୀକ୍ଷା ଏବଂ କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍ ଅଭିଯାନ ଆରମ୍ଭ ହୋଇଛି। ବୁଧବାର ସୁଦ୍ଧା ୱାନାପର୍ତିରେ ୨୧ଟି କଣ୍ଟେନ୍‌ମେଣ୍ଟ୍‌ ‌ଜୋନ୍ ଥିବାବେଳେ ଗତ ସପ୍ତାହକ ମଧ୍ୟରେ ୩୩୭ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି।

ମଙ୍ଗଳବାର ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ, ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋରୋନାରେ ସଂକ୍ରମିତ ହୋଇଥିବା ନିଶ୍ଚିତ କରିଛନ୍ତି। ଅଗଷ୍ଟ 26 ସୁଦ୍ଧା ତେଲେଙ୍ଗାନାରେ 1,11,688 ସକରାତ୍ମକ ମାମଲା ଏବଂ 780 ମୃତ୍ୟୁ ରେକର୍ଡ କରିଛି। କେବଳ ବୁଧବାର ତେଲେଙ୍ଗାନାରେ 3,018 କୋଭିଡ -19 ମାମଲା ଏବଂ 10 ଜଣଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details