ଓଡିଶା

odisha

ETV Bharat / bharat

କୋରୋନା ଲଢେଇ: ଗବେଷଣାର ତଥ୍ୟ ସଂଗ୍ରହ କରୁଛି ପେନସିଲଭାନିଆ ସ୍କୁଲ ଅଫ ମେଡିସିନ

ପେନସିଲଭାନିଆ ସ୍କୁଲ୍ ଅଫ୍ ମେଡିସିନ ଦୃଢୋକ୍ତି ପ୍ରକାଶ କରିଛି ଯେ, ସାରା ବିଶ୍ବ COVID-19 ପାଇଁ ପ୍ରଭାବଶାଳୀ ଚିକିତ୍ସା ଅନୁସନ୍ଧାନ କରିବାରେ ଲାଗିଛନ୍ତି । ଏହି ଭାଇରସ ବିରୁଦ୍ଧରେ ଅନ୍ୟାନ୍ୟ ରୋଗରେ ବ୍ୟବହୃତ ହେଉଥିବା ଔଷଧଗୁଡିକୁ କେବଳ ଏକ ବିଶ୍ବାସରେ ପ୍ରୟୋଗ କରାଯାଉଥିବା କୁହାଯାଇଛି । ଅଧିକ ପଢନ୍ଚୁ...

କୋରୋନା ଲଢେଇ
କୋରୋନା ଲଢେଇ

By

Published : May 30, 2020, 7:23 PM IST

ହାଇଦ୍ରାବାଦ: କୋରୋନାକୁ ପ୍ରତିହତ କରିବାକୁ ସାରା ବିଶ୍ବ ଲାଗି ପଡିଛି । ଯଥା ସମ୍ଭବ ଏହି ମହାମାରୀରୁ କିପରି ମୁକ୍ତି ମିଳିବ ସେନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା ଜାରି ରହିଛି । ପ୍ରତ୍ୟେକ ଦିନ ବିଶ୍ବର କୌଣସି ନା କୌଣସି ଦେଶ ଭ୍ୟାକ୍ସିନ ଓ ଔଷଧ ବାହାର କରିବା ଦିଗରେ ଅହରହ ପ୍ରୟାସ କରୁଛନ୍ତି । ହେଲେ ଏ ସବୁର ତଥ୍ୟ ଆଜି ପର୍ଯ୍ୟନ୍ତ ରଖାଯାଇପାରୁ ନାହିଁ । ପେନସିଲଭାନିଆ ୟୁନିଭର୍ସିଟିର ପେରେଲମ୍ୟାନ୍ ସ୍କୁଲ୍ ଅଫ୍ ମେଡିସିନର ନୂତନ ଅନୁସନ୍ଧାନକାରୀ ଏବେ ଏହି ସମସ୍ତ ତଥ୍ୟ ରଖିବାକୁ ପ୍ରୟାସ ଆରମ୍ଭ କରିଛି । ଏହାର ପ୍ରଣାଳୀକୁ ଶ୍ରେଣୀଭୁକ୍ତ କରୁଛି ।

ଏହି ଅନୁସନ୍ଧନକାରୀ ବର୍ତ୍ତମାନ ପର୍ଯ୍ୟନ୍ତ ମେଡିକାଲ ସାହିତ୍ୟରେ ଡକ୍ୟୁମେଣ୍ଟ୍ ହୋଇଥିବା ପ୍ରତ୍ୟେକ ବ୍ୟବହାରକୁ ତାଲିକାଭୁକ୍ତ କରିଛି । ଯେଉଁଥିରେ 100 ରୁ ଅଧିକ ଔଷଧ ବିରୁଦ୍ଧରେ ଭିନ୍ନ ଅଫ-ଲେବଲ୍ ଏବଂ ପରୀକ୍ଷାମୂଳକ ଚିକିତ୍ସାର ବ୍ୟବହାର ବିଷୟରେ ଡାକ୍ତରମାନେ ରିପୋର୍ଟ କରିଥିଲେ ।

ଏହି ପ୍ରୟାସକୁ କୋଭିଡ-19 ରେଜିଷ୍ଟ୍ରି ଅଫ ଅଫ-ଲେବେଲ ଓ ନ୍ୟୁ ଏଜେଣ୍ଟ(କୋରୋନା) କୁହାଯାଉଛି । କେଉଁ ଔଷଧ କେଉଁଠାରେ ବ୍ୟବହୃତ ହେଉଛି ଏବଂ କେଉଁଟି ପୁଣି ଥରେ ରାଣ୍ଡୋମାଇଜଡ୍ କ୍ଲିନିକାଲ୍ ପରୀକ୍ଷଣ ଯାଇପାରିବ ସେହି ଚିକିତ୍ସାର ପ୍ରମାଣ ଖୋଜିବାକୁ ଉଦ୍ୟମ ଜାରି ରହିଛି ।

“ଯଦି ଆମେ ପୂର୍ବରୁ ବ୍ୟବହୃତ ହେଉଥିବା କିମ୍ବା ନୂତନ ସନ୍ଧାନରେ ବ୍ୟବହୃତ ହେଉଥିବା ଉପକରଣଗୁଡ଼ିକର ଷ୍ଟକ୍ ନ ରଖିବା ତେବେ ଆମେ ଏହି ଲଢେଇ ଜିତିବା ଅସମ୍ଭବ । ସେପଟେ ସାରା ବିଶ୍ବରେ ଅଫ-ଲେବେଲ ବ୍ୟବହାର କରାଯାଉଛି । ବର୍ତ୍ତମାନ ଏହାକୁ ଟ୍ରାକ୍ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ, ତେଣୁ ଏ ଦିଗରେ ଲକ୍ଷ୍ୟ ରଖିବାକୁ ପଡିବ ବୋଲି ଟ୍ରାନ୍ସଲେସନାଲ ମେଡିସିନ୍‌ ଓ ହ୍ୟୁମାନ ଜେନେଟିକ ସହକାରୀ ପ୍ରଫେସର ଡେଭିଡ ସି ଫାଜେନବାମ୍ କହିଛନ୍ତି।

ଫାଜେନୱମ ଏହି ଟିମ COVID-19ର ଚିକିତ୍ସା ବିଷୟରେ ବିସ୍ତୃତ ବିବରଣୀ ଦେଇ ସାରା ବିଶ୍ୱରୁ ପ୍ରାୟ 2,700 ପ୍ରକାଶିତ କାଗଜପତ୍ର ସମୀକ୍ଷା କରିଥିଲେ । ସେଠାରୁ ସେମାନେ 9,152 ରୋଗୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିବାବେଳେ ଡାକ୍ତରମାନେ 115 ଟି ବିଭିନ୍ନ ଔଷଧ ଚେଷ୍ଟା କରିଥିବା ଜାଣିବାକୁ ପାଇଥିଲେ। ଏହି ଚିକିତ୍ସାଗୁଡିକ ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବରେ ସବୁଠାରେ ଆଣ୍ଟିଭାଇରାଲ୍କୁ ବ୍ୟବହାର ହୋଇଥିଲା । ଏହା ପରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ କର୍ଟିକୋଷ୍ଟେରଏଡ୍ । ଅନ୍ୟାନ୍ୟ ଚିକିତ୍ସା ବିକଳ୍ପ ମଧ୍ୟରେ ଇମ୍ୟୁନୋସପ୍ରେସାଣ୍ଟ ଏବଂ ରକ୍ତ ସବଷ୍ଟିଚ୍ୟୁଟ ବ୍ୟବହାର ମଧ୍ୟ କରାଯାଇଛି ।

ଆମ ଦଳ ଗତ କିଛି ବର୍ଷ ଧରି କାଷ୍ଟଲେମାନ ରୋଗ ପାଇଁ ସାଇଟୋକାଇନ୍ ଷ୍ଟ୍ରୋମକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହୃତ ଔଷଧକୁ ଅଧ୍ୟୟନ କରିଆସୁଛନ୍ତି । ବର୍ତ୍ତମାନ ଏହା COVID-19 ରେ ପ୍ରୟୋଗ କରାଯାଉଛି। ବର୍ତ୍ତମାନ ଏହି କାର୍ଯ୍ୟ ଜାରି ରଖିବା ସହ ଔଷଧ ତାଲିକାକୁ ପ୍ରତିଦିନ ଅପଡେଟ୍ କରାଯାଉଛି । କାରଣ ଚିକିତ୍ସା ସମ୍ବନ୍ଧୀୟ ମେଡିକାସ ସାହିତ୍ୟରେ ରିପୋର୍ଟ କରାଯାଉଛି । ଅନ୍ୟ ଚିକିତ୍ସା ସମ୍ବନ୍ଧୀୟ ସୂଚନା ସଂଗ୍ରହ ଜାରି ରଖିଛୁ ବୋଲି ସିଏସଟିଏଲର କ୍ଲିନିକାଲ ଅନୁସନ୍ଧାନର ସହଯୋଗୀ ନିର୍ଦ୍ଦେଶକ ଶିଲା ପିଅରସନ କହିଛନ୍ତି।

ABOUT THE AUTHOR

...view details