ଅହମଦାବାଦ: ଏଣିକି ପେନସିଲ ଫିଙ୍ଗିଲେ ସେଥିରୁ ହେବ ଗଛ । କାରଣ ଏହି ପେନସିଲ କୌଣସି ଗ୍ରାଫାଇଟ୍ କିମ୍ବା କାଠରୁ ପ୍ରସ୍ତୁତ ନୁହେଁ । ଏହି ପେନସିଲଟି ଅଦରକାରୀ ଖବରକାଗଜ, ବିଭିନ୍ନ ଫୁଲ ଓ ପନିପରିବା ମଞ୍ଜିରୁ ପ୍ରସ୍ତୁତ ହୋଇଛି । ଯାହା ପରିବେଶ ପାଇଁ ଅତ୍ୟନ୍ତ ଲାଭଦାୟୀ । ଆଉ ଏଭଳି ପେନସିଲ ପ୍ରସ୍ତୁତ କରିଛନ୍ତି ଔଦ୍ୟୋଗିକ ସହରର 2 ଦମ୍ପତି ।
କୁନାଲ ପିଟାଲିଆ ଓ ତାଙ୍କ ଧର୍ମପତ୍ନୀ ଶୃତି ପିଟାଲିଆ ଅଦରକାରୀ ଖବରକାଗଜରୁ ଏମିତି ଏକ ଇକୋ-ଫ୍ରେଣ୍ଡଲୀ ପେନସିଲର ପ୍ରସ୍ତୁତ କରିଛନ୍ତି । ଯାହା ପରବର୍ତ୍ତୀ ସମୟରେ ପରିବେଶ ପାଇଁ ହିତକାରକ ହେବ । କେବଳ ଏତିକି ନୁହେଁ ଏହି ପେନସିଲ ତାର ବ୍ୟବହାରକାରୀଙ୍କୁ ଉତ୍ସାହିତ କରିଥାଏ । ବିଶେଷ କରି ସ୍କୁଲ ଯାଉଥିବା ପିଲାମାନଙ୍କୁ ଏହା ମଞ୍ଜି ବୁଣି ଚାରା ରୋପଣ କରିବାକୁ ଉତ୍ସାହିତ କରେ ।