ଓଡିଶା

odisha

ETV Bharat / bharat

ମହିଳାଙ୍କ ପେଲଭିକ ଫ୍ଲୋର ଏକ୍ସରସାଇଜ୍‌ - ଫ୍ଲୋର ଏକ୍ସରସାଇଜ୍‌

କାଶିଲେ, ଛିଙ୍କିଲେ ବା ଅତି ପରିଶ୍ରମ ଜନିତ କ୍ଲାନ୍ତିରୁ ମହିଳାମାନେ ପରିସ୍ରା ଲିକ୍ ହେଉଥିବା ଅଭିଯୋଗ କରନ୍ତି । ବେଳେ ବେଳେ ସେମାନଙ୍କ ଯୋନିରୁ କିଛି ପଦାର୍ଥ ବାହାରିଲା ଭଳି ସେମାନେ ଅନୁଭବ କରିଥାନ୍ତି । ବୟସ ବଢିଲେ ଏସବୁ ସମସ୍ୟା ବଢିଥାଏ ।

women's health, latest health news, subhibhava, Floor Exercises, Pelvic Floor Exercises, ମହିଳାଙ୍କ ସ୍ବାସ୍ଥ୍ୟ, ଲାଟେଷ୍ଟ ସ୍ବାସ୍ଥ୍ୟ ଖବର, ସୁଖୀଭବ, ଫ୍ଲୋର ଏକ୍ସରସାଇଜ୍‌, ପେଲଭିକ ଫ୍ଲୋର ଏକ୍ସରସାଇଜ୍‌
ମହିଳାଙ୍କ ପେଲଭିକ ଫ୍ଲୋର ଏକ୍ସରସାଇଜ୍‌

By

Published : Aug 2, 2020, 10:54 PM IST

କାଶିଲେ, ଛିଙ୍କିଲେ ବା ଅତି ପରିଶ୍ରମ ଜନିତ କ୍ଲାନ୍ତିରୁ ମହିଳାମାନେ ପରିସ୍ରା ଲିକ୍ ହେଉଥିବା ଅଭିଯୋଗ କରନ୍ତି । ବେଳେ ବେଳେ ସେମାନଙ୍କ ଯୋନିରୁ କିଛି ପଦାର୍ଥ ବାହାରିଲା ଭଳି ସେମାନେ ଅନୁଭବ କରିଥାନ୍ତି । ବୟସ ବଢିଲେ ଏସବୁ ସମସ୍ୟା ବଢିଥାଏ ।

ଏ ପ୍ରସଙ୍ଗରେ ଇଟିଭି ଭାରତ ସୁଖିଭବ ପକ୍ଷରୁ ବିଶେଷଜ୍ଞ ଡ଼ଃ କେତନ ଭଟିକରଙ୍କ ସହ ଆଲୋଚନା କରାଯାଇଥିଲ । ଡ଼ଃ ଭଟିକର ସ୍ପୋର୍ଟସ ଫିଜିଓଥେରାପି ଆକ୍ବା ରିହାବିଲେସନ ସେଣ୍ଟର –ଏସପିଏଆରସିର ମୁଖ୍ୟ ପରାମର୍ଶଦାତା ଅଛନ୍ତି । ଏହାଛଡା ଗୋଆ କ୍ରିକେଟ ଆସୋସିଏସନର ଫିଜିଓଥେରାପି ବିଭାଗର ମେଡିକାଲ ମୁଖ୍ୟ ବି ଅଛନ୍ତି ଡ଼ଃ ଭଟିକର । ପେଲଭିକ ଫ୍ଲୋର୍‌ ମସଲ ଏହା ଉପରେ ନିର୍ଭରଶୀଳ ଥିବା ଅଂଗପ୍ରତ୍ୟଙ୍ଗର ସହାୟକ ହୋଇଥାଏ ।

ପେଲଭିକ୍ ଫ୍ଲୋର ମସଲ୍ ସଂସ୍ପର୍ଶରେ ଆସିଲେ ଅଭ୍ୟନ୍ତରୀଣ ଅଂଗଗୁଡିକ ସକ୍ରିୟ ହୋଇଥାଆନ୍ତି । ଫଳରେ ଯୋନି, ମଳଦ୍ବାର ଓ ପରିସ୍ରା ପଥ ଅବରୋଧ ହୋଇଯାଏ । ଏଥିରୁ ମୁକୁଳିବା ପାଇଁ ପେଲଭିକ୍ ଫ୍ଲୋର୍ ଏକ୍ସରସାଇଜ ଦରକାର । ଟାଇଟ୍ ପେଲଭିକ ଫ୍ଲୋର୍‌ ଆପଣଙ୍କ ଯୈାନ ଜୀବନକୁ ବି ସୁଖମୟ କରିବ ।

ପେଲଭିକ ଫ୍ଲୋର୍ କେମିତି ଦୁର୍ବଳ ହୁଏ ?

  • ମାସିକ ଧର୍ମ ବନ୍ଦ ହେବାକୁ ଥିବା ମହିଳାମାନଙ୍କ ୟୁରୋଜେନିଟାଲ୍‌ ଢାଞ୍ଚାରେ ପରିବର୍ତ୍ତନ
  • ଭଜାଏନାଲ ଡେଲିଭରି ଯୋଗୁଁ ମସଲରେ ସିଧାସଳଖ ଆଘାତ
  • ଭଜାଏନାଲ ବାର୍ଥ ସମୟରେ ଓଭରଷ୍ଟ୍ରେଚିଂ, କ୍ଷତି, ବିଳମ୍ବିତ ଲେବର୍, ଏପିସିଓଟୋମି
  • ବଂଶାନୁକ୍ରମିକ ଦୁର୍ବଳତା
  • ହାଇଷ୍ଟରେକ୍ଟୋମି
  • ଉତ୍କଟ କଫ ଓ ନିୟମିତ ଛିଙ୍କ
  • କୋଷ୍ଠ କାଠିନ୍ୟ
  • ମେଦ ବହୁଳତା
  • ତଳି ପିଠି ଯନ୍ତ୍ରଣା

ଲକ୍ଷଣ:

  • ସମ୍ଭୋଗ ବେଳେ ଯନ୍ତ୍ରଣା ଓ ଅସ୍ଥିରତା
  • ପେଲଭିକ୍ ସ୍ଥାନ, ଗୁପ୍ତାଙ୍ଗ ଓ ମଳଦ୍ବାରରେ ଜାରି ରହିଥିବା ଯନ୍ତ୍ରଣା
  • ଯୋନିରେ କୌଣସି ଯନ୍ତ୍ରଣା
  • ବ୍ୟାୟାମ କଲାବେଳେ, ହସିଲା ବେଳେ, କାଶିବା ଓ ଛିଙ୍କିବା ବେଳେ ପରିସ୍ରା ଲିକ୍
  • ଶୌଚାଳୟ ଯିବା ଅତି ଜରୁରୀ ମନେ କରିବା ବା ଠିକ୍ ସମୟରେ ଯାଇ ନ ପାରିବା
  • ମୂତ୍ରାଶୟ ଓ ଅନ୍ତଃନଳୀ ଖାଲି କରିବାରେ ଅସୁବିଧା
  • କୋଷ୍ଠକାଠିନ୍ୟ ଓ ଅନ୍ତଃନଳିରେ ଯନ୍ତ୍ରଣା
  • ତଳି ପିଠିରେ ଯନ୍ତ୍ରଣା

ପେଲଭିକ ଫ୍ଲୋର ଏକ୍ସରସାଇଜର ସୁଫଳ:

  • ଅଭ୍ୟନ୍ତରୀଣ ଅଂଗ ଯଥା ମୂତ୍ରାଶୟ, ଅନ୍ତଃନଳୀ ଓ ଗର୍ଭାଶୟକୁ ସୁଦୃଢ କରେ ।
  • ପରିସ୍ରା,ମଳ ଓ ଗ୍ୟାସ ରିଲିଜ୍ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଆମକୁ ସମର୍ଥ କରେ ।
  • ମହିଳାଙ୍କ ମଧ୍ୟରେ ଯୈାନ କ୍ରିୟାକୁ ସୁସଂଗଠିତ କରେ ।
  • ଗର୍ଭାବସ୍ଥା ବେଳେ ପେଲଭିକ ଫ୍ଲୋର୍‌ ଛୁଆକୁ ସହାୟତା ପ୍ରଦାନ କରିଥାଏ । ପ୍ରସବ ବେଳେ ସହାୟକ ହୁଏ ।

ପେଷାଦାର ସହାୟତା :

ଆମୂଳଚୂଳ ପରୀକ୍ଷା ପରେ ବ୍ୟକ୍ତିଗତ ଭାବେ ଚିକିତ୍ସା କରିବା ଜରୁରୀ ।

ତଳିପେଟ ଅସ୍ତ୍ରୋପଚାର ପରେ ପେଲଭିକ ଫ୍ଲୋର ଏକ୍ସରସାଇଜ ଜାରି ରଖିବା ପାଇଁ ପେଷାଦାର ବିଶେଷଜ୍ଞଙ୍କ ପରାମର୍ଶ ଏକାନ୍ତ ଆବଶ୍ୟକ । ଜଣେ ଫିଜିଓଥେରାପିଷ୍ଟଙ୍କ ତତ୍ୱାବଧାନରେ ଏକ୍ସରସାଇଜ୍ କରିବା ଦରକାର । ତେବେ ପେଲଭିକ ସ୍ଥାନରେ ସକ୍ରିୟ ସଂକ୍ରମଣରେ ପୀଡିତ ମହିଳାମାନେ ଏକ୍ସରସାଇଜରୁ ବିରତ ରହିବା ଜରୁରୀ ।

ABOUT THE AUTHOR

...view details