ଓଡିଶା

odisha

ETV Bharat / bharat

ମଦର ଟେରେସାଙ୍କ 109ତମ ଜୟନ୍ତୀ, ମଦର ହାଉସରେ ଶାନ୍ତି ପ୍ରାର୍ଥନା - ନୋବେଲ ବିଜେତା ମଦର ଟେରେସା

ମାନବ ସେବା ହିଁ ମାଧବ ସେବାର ବାର୍ତ୍ତା ସାରା ସମାଜକୁ ଦେଇଥିବା ମଦର ଟେରେସାଙ୍କର ଆଜି 109ତମ ଜୟନ୍ତୀ । ଏନେଇ ପଶ୍ଚିମବଙ୍ଗର ମଦର ହାଉସ ଠାରେ ଶାନ୍ତି ପ୍ରାର୍ଥନାର ଆୟୋଜନା କରାଯାଇଛି । 1948 ମସିହାରେ ତାଙ୍କୁ ଭାରତୀୟ ନାଗରିକତାର ଅଧିକାର ମିଳିଥିଲା ।

ଡିଜାଇନ ଫଟୋ

By

Published : Aug 26, 2019, 12:13 PM IST

କୋଲକତା: ଗରିବ ଓ ଅନାଥଙ୍କ ସେବା ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିବା ନୋବେଲ ବିଜେତା ମଦର ଟେରେସାଙ୍କ ଆଜି 109ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ତେବେ ପଶ୍ଚିମବଙ୍ଗର ମଦର ହାଉସ ଠାରେ ଶାନ୍ତି ପ୍ରାର୍ଥନାର ଆୟୋଜନା କରାଯାଇଛି । ଏହି ଆୟୋଜନ ମିଶନରିଜ ଅଫ୍‌ ଚ୍ୟାରିଟିର ନନ୍‌ମାନଙ୍କ ପକ୍ଷରୁ କରାଯାଇଛି । ଏହି ମିଶନରିଜ ଅଫ୍‌ ଚ୍ୟାରିଟିର ସ୍ଥାପନା 1950 ମସିହାରେ ସନ୍ଥ ମଦର ଟେରସା କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ANI

ମାନବ ସେବା ହିଁ ମାଧବ ସେବାର ବାର୍ତ୍ତା ସାରା ସମାଜକୁ ଦେଇଥିବା ମଦର ଟେରସାଙ୍କୁ 1979ମସିହାରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । 26 ଅଗଷ୍ଟ,1910 ମସିହାରେ ମେସିଡୋନିୟାର ସ୍କୋପଜେ ସହରରେ ମଦର ଟେରେସାଙ୍କ ଜନ୍ମଗ୍ରହଣ କରିଥିଲେ । ସେ 1929 ମସିହାରେ ଭାରତକୁ ଆସିଥିଲେ । ଏହାପରେ 1948 ମସିହାରେ ତାଙ୍କୁ ଭାରତର ନାଗରିକତାର ଅଧିକାର ମିଳିଥିଲା । ଭାରତ ବ୍ୟତୀତ ତାଙ୍କୁ ଆଣ୍ଟୋମନ, ସାର୍ବିଆ,ବିଲଗେରିଆ ଓ ୟୁଗୋସ୍ଲୋଭିଆର ନାଗରିକତ୍ବ ମଧ୍ୟ ମଦର ଟେରସାଙ୍କୁ ମିଳିଛି ।

1962 ମସିହାରେ ଭାରତ ସରକାରଙ୍କ ଦ୍ବାରା ତାଙ୍କୁ 'ପଦ୍ମଶ୍ରୀ' ପୁରସ୍କାର ମିଳିଥିଲା । ଏହାବ୍ୟତୀତ 1980 ମସିହାରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଛି ।

ABOUT THE AUTHOR

...view details