ଶ୍ରୀନଗର: ନୂତନ ଜମି ଆଇନ ବିରୋଧରେ ପ୍ରତିବାଦ କରି ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ନେତା ତଥା କର୍ମୀଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଅଟକ ରଖିଛି। ଏହାସହ ଶ୍ରୀନଗରରେ ଥିବା ପାର୍ଟି କାର୍ଯ୍ୟାଳୟକୁ ମଧ୍ୟ ପ୍ରଶାସନ ସିଲ୍ କରିଛି।
ପିଡିପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଟ୍ବିଟ୍ରେ ଦର୍ଶାଇଛନ୍ତି ଯେ ଶ୍ରୀନଗରରେ ଥିବା ପାର୍ଟି କାର୍ଯ୍ୟାଳୟକୁ ପ୍ରଶାସନ ସିଲ୍ କରିଛି ଏବଂ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ପାଇଁ କର୍ମଚାରୀଙ୍କୁ ଗିରଫ କରାଯାଇଛି।
ଅକ୍ଟୋବର 27ରେ କେନ୍ଦ୍ର ସରକାରଙ୍କ ଦ୍ବାରା ସୂଚିତ ହୋଇଥିବା ନୂତନ ଜମି ଆଇନ ଅନୁଯାୟୀ, କେନ୍ଦ୍ରଶାସିତ ଅଞ୍ଚଳରେ ଅଣ କୃଷି ଜମି କିଣିବା ପାଇଁ କୌଣସି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଆବଶ୍ୟକ ପଡିବ ନାହିଁ। ଏହାପୂର୍ବରୁ J&K ସମ୍ବିଧାନର ଧାରା 35-A ରାଜ୍ୟବାହାର ଲୋକଙ୍କୁ ଜମି ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଉଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ