ଶ୍ରୀନଗର: ପଦ୍ମ ଭୂଷଣ ସମ୍ମାନ ପାଇଁ ମନୋନୀତ ହୋଇଥିବା ପିପୁଲ୍ସ ଡେମୋକ୍ରେଟିକ ପାର୍ଟିର ବରିଷ୍ଠ ନେତା ମୁଜଫର ହୁସେନ ଜମ୍ମୁ କଶ୍ମୀରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହା ଦେଶର ଅଭିନ୍ନ ଅଙ୍ଗ । ଯାହାକୁ ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ଏବଂ ଆମେରିକା ସ୍ବୀକାର କରିଥିବା କହିଛନ୍ତି ସେ । ଏହା ସହିତ ଏଠାରେ କୌଣସି ପରିସ୍ଥିତିରେ ଜନମତ ସଂଗ୍ରହ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ସେ ।
'ଜମ୍ମୁ କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ବୋଲି ପାକିସ୍ତାନ-ଆମେରିକାର ସ୍ବୀକାର' - pdp leader muzaffar hussain
ଜମ୍ମୁ କଶ୍ମୀର ଦେଶର ଅଭିନ୍ନ ଅଙ୍ଗ ବୋଲି, ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ଏବଂ ଏହାର ପୁରୁଣା ସହଯୋଗୀ ଆମେରିକା ମଧ୍ୟ ସ୍ବୀକାର କରିଥିବା କହିଛନ୍ତି ପଦ୍ମ ଭୂଷଣ ପାଇଁ ମନୋନୀତ ହୋଇଥିବା ପିଡିପି ନେତା ମୁଜଫର ହୁସେନ । ଅଧିକ ପଢନ୍ତୁ...
ରବିବାର 71 ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି, ' ଜମ୍ମୁ କଶ୍ମୀରରେ କୌଣସି ପରିସ୍ଥିତିରେ ଜନମତ ସଂଗ୍ରହ କରାଯାଇ ପାରିବ ନାହିଁ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଜମ୍ମୁ କଶ୍ମୀରକୁ ସ୍ବାୟତତ୍ତା ଦେବାକୁ କହୁଛନ୍ତି । ଏହାର ଅର୍ଥ ସେମାନେ ମଧ୍ୟ ସ୍ବୀକାର କରିସାରିଛନ୍ତି ଯେ ଏହି ଅଞ୍ଚଳ ଭାରତର ଅଭିନ୍ନ ଅଙ୍ଗ । ଭାରତୀୟ ସମ୍ବିଧାନ ଅନୁସାରେ ଜ ମ୍ମୁ କାଶ୍ମୀରକୁ ସମସ୍ତ ସୁବିଧା ମିଳୁ ବୋଲି ଆମେ ଦାବି କରୁଛୁ । '
ଗତକାଲି କେନ୍ଦ୍ର ସରକାର ବର୍ଷ 2020 ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଥିଲେ । ମୁଜଫର ହୁସେନଙ୍କ ସମେତ ଚଳିତ ଥର 7 ଜଣଙ୍କୁ ଦେଶର ଦ୍ଵିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।