ଓଡିଶା

odisha

ETV Bharat / bharat

24 ଘଣ୍ଟାରେ 20 ପ୍ରସୂତିଙ୍କୁ ହସ୍ପିଟାଲ ନେଲା PCR - pcr van

ପିସିଆର ଭ୍ୟାନରେ ପ୍ରସୂତିଙ୍କୁ ମେଡିକାଲ ନେଉଛି ଦିଲ୍ଲୀ ପୋଲିସ । 24 ଘଣ୍ଟାରେ, 20 ପ୍ରସୂତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ...

pcr helps 21 pregnanat lady to reach hospital in delhi
24 ଘଣ୍ଟାରେ, 20 ପ୍ରସୂତିଙ୍କୁ ପିସିଆରରେ ବୋହିଲା ଦିଲ୍ଲୀ ପୋଲିସ

By

Published : May 1, 2020, 11:53 AM IST

ନୂଆଦିଲ୍ଲୀ:ସବୁଠି କୋରୋନା ଭୟ । ହେଲେ ନିଜ ଜୀବନକୁ ପାଣି ଛଡାଇ ଅନ୍ୟ ପାଇଁ ଯୋଦ୍ଧାର କାମ କରୁଥିବା ଦିଲ୍ଲୀ ପୋଲିସ ଏବେ ପୁଣି ଚର୍ଚ୍ଚାରେ ରହିଛି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ କଥାଟି ସତ । ପିସିଆର ଭ୍ୟାନରେ ପ୍ରସୂତିଙ୍କୁ ମେଡିକାଲ ନିଆଯାଉଛି । କେବଳ ପ୍ରସୂତି ନୁହେଁ, ଗୁରୁତର ରୋଗୀଙ୍କୁ ମଧ୍ୟ ସାହାଯ୍ୟ କରୁଛି ପୋଲିସ ।

24 ଘଣ୍ଟାରେ, 20 ପ୍ରସୂତିଙ୍କୁ ପିସିଆରରେ ବୋହିଲା ଦିଲ୍ଲୀ ପୋଲିସ

ଗତ 24 ଘଣ୍ଟା ମଧ୍ୟରେ, 20 ଜଣ ଗର୍ଭବତୀ ମହିଳାଙ୍କୁ ପିସିଆର ଦ୍ବାରା ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଥିଲା । ଏପରିକି ଜଣେ ମହିଳା ଭ୍ୟାନ ମଧ୍ୟରେ ଏକ ସନ୍ତାନ ମଧ୍ୟ ଜନ୍ମ ଦେଇଥିଲେ । ଲକ ଡାଉନ ପରଠାରୁ ପାଖାପାଖି 813 ପ୍ରସୂତିଙ୍କୁ ପିସିଆର ମାଧ୍ୟମରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଡିସିପି ଶରତ ସିହ୍ନାଙ୍କ ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଲକ ଡାଉନର ଜାରି ରହିଥିବାରୁ ପରିବହନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି । ରୋଗୀମାନେ ମେଡିକାଲ ଯିବାକୁ ଅଟୋ କି ଆମ୍ବୁଲାନ୍ସ ନେଉନାହାଁନ୍ତି । ତେଣୁ, ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ପଠାଇବା ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପିସିଆର କାର୍ଯ୍ୟ କରୁଛି |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details