ଓଡିଶା

odisha

ETV Bharat / bharat

ନୋଏଡାରୁ ବେଙ୍ଗାଲୁରୁ ସ୍ଥାନାନ୍ତର ହେଲା ପେଟିଏମ ମଲ - ପେଟିଏମ ଇକମର୍ସ ପ୍ରାଇଭେଟ ଲିମିଟେଡ

ପେଟିଏମ ଇକମର୍ସ ପ୍ରାଇଭେଟ ଲିମିଟେଡ ଅଧିକୃତ ପେଟିଏମ ମଲକୁ ନେଇ ସୋମବାର କମ୍ପାନୀ କରିଛି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା । ମଲର କାର୍ଯ୍ୟକାରିତାକୁ କମ୍ପାନୀ ନୋଏଡାରୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରିବା ନେଇ କମ୍ପାନୀ ସ୍ପଷ୍ଟ କରିଛି ।

paytm mall, latest digital technology news, paytm e-commerce private limited, paytm latest news, ପେଟିଏମ ମଲ୍‌, ଲାଟେଷ୍ଟ ଡିଜିଟାଲ ଟେକ୍ନୋଲୋଜି ନ୍ୟୁଜ୍‌, ପେଟିଏମ ଇକମର୍ସ ପ୍ରାଇଭେଟ ଲିମିଟେଡ, ପେଟିଏମ ଲାଟେଷ୍ଟ ନ୍ୟୁଜ୍‌
ନୋଏଡାରୁ ବେଙ୍ଗାଲୁରୁ ସ୍ଥାନାନ୍ତର ହେଲା ପେଟିଏମ ମଲ

By

Published : Jun 2, 2020, 1:39 AM IST

ହାଇଦ୍ରାବାଦ: ପେଟିଏମ ଇକମର୍ସ ପ୍ରାଇଭେଟ ଲିମିଟେଡ ଅଧିକୃତ ପେଟିଏମ ମଲକୁ ନେଇ ସୋମବାର କମ୍ପାନୀ କରିଛି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା । ମଲର କାର୍ଯ୍ୟକାରିତାକୁ କମ୍ପାନୀ ନୋଏଡାରୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରିବା ନେଇ କମ୍ପାନୀ ସ୍ପଷ୍ଟ କରିଛି । ଏନେଇ କମ୍ପାନୀ 300 ନୂଆ କର୍ମଚାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିବା ମଧ୍ୟ କହିଛି । କମ୍ପାନୀର ପ୍ରଡକ୍ଟ ଓ ଟେକ୍ନୋଲୋଜି ପାଇଁ ଏହି କର୍ମଚାରୀଙ୍କ ଆବଶ୍ୟକତା ରହିଛି ।

କେବଳ ସେତିକି ନୁହେଁ କମ୍ପାନୀ ଅଭିଷେକ ରାଜନଙ୍କୁ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବେ ମଧ୍ୟ ନିଯୁକ୍ତି ଦେଇଛି । ଅଭିଷେକ ଗତ 4 ବର୍ଷ ମଧ୍ୟରେ କମ୍ପାନୀରେ ରହି ନିଜ ଗଠନାତ୍ମକ କାର୍ଯ୍ୟ ସହ କମ୍ପାନୀକୁ ଟ୍ରାଭେଲ ବିଜିନେସରେ ଏକ ନୂତନ ପରିଚୟ ଦେଇପାରିଛନ୍ତି । ଏଥିସହ ତାଙ୍କ ଉପସ୍ଥିତିରେ କମ୍ପାନୀକୁ ବିଭିନ୍ନ ଦିଗରୁ ଭରପୂର ରାଜସ୍ବ ମଧ୍ୟ ମିଳିଥିଲା । ତେଣୁ ସେ ମୁଖ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କମ୍ପାନୀକୁ ନୂଆ ଦିଗରେ ବିକାଶ କରିପାରିବେ ବୋଲି କମ୍ପାନୀ ଆଶା ରଖିଛି ।

ବେଙ୍ଗାଲୁରୁର କନଜ୍ୟୁମର ଇଣ୍ଟରନେଟ ଓ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଦ୍ବାରା କମ୍ପାନୀ ବୃହତ ନିଯୁକ୍ତି ସୁଯୋଗ କରିଛି । ଲକଡାଉନ ୟୋଗୁଁ ଲୋକେ ଘରେ ରହୁଥିବାରୁ ଏହି ସମୟରେ ଆବଶ୍ୟକତା ପୂରଣ କରିବା ପାଇଁ ଅଧିକ ଲୋକଙ୍କ ପହଞ୍ଚିବାର ଟାର୍ଗେଟ ରଖିଛି କମ୍ପାନୀ । ତେବେ ବର୍ତ୍ତମାନ ନୋଏଡା କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ଚାହିଁଲେ ବେଙ୍ଗାଲୁରୁ ସ୍ଥାନାନ୍ତର ହୋଇପାରିବେ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ସେପଟେ ନିକଟରେ ବିଗ୍‌ ବାସ୍କେଟ ସହ ମିଶି ପେଟିଏମ ମଲ ଗ୍ରାହକଙ୍କ ଅଧିକ ଲୋକପ୍ରିୟତା ସାଉଣ୍ଟି ପାରିଛି ।

@IANS

ABOUT THE AUTHOR

...view details