ଓଡିଶା

odisha

ETV Bharat / bharat

RPIରେ ମିଶିଲେ ଅଭିନେତ୍ରୀ ପାୟଲ ଘୋଷ - ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ

ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ପାୟଲ ଘୋଷ ଆଜି ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ) ରେ ଯୋଗ ଦେଇଛନ୍ତି।

ପାୟଲ ଘୋଷ
ପାୟଲ ଘୋଷ

By

Published : Oct 26, 2020, 4:15 PM IST

Updated : Oct 26, 2020, 6:36 PM IST

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ପାୟଲ ଘୋଷ ଆଜି ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ) ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଆରପିଆଇ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ କହିଛନ୍ତି, ଯିଏ ଅନୁରାଗ କଶ୍ୟପଙ୍କୁ କଲା ଆହତ, ସେ ହେଉଛନ୍ତି ପାୟଲ ।

RPIରେ ମିଶିଲେ ଅଭିନେତ୍ରୀ ପାୟଲ ଘୋଷ

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ନିକଟରେ ପାୟଲ ଘୋଷଙ୍କୁ ଭେଟିଥିଲେ। ସେ ପାୟଲଙ୍କୁ ଆଶ୍ବସନା ଦେଇଥିଲେ ଯେ ତାଙ୍କ ଦଳ ନ୍ୟାୟ ସଂଗ୍ରାମରେ ତାଙ୍କ ସହ ଛିଡା ହୋଇଛି। ପୂର୍ବରୁ ପାୟଲ ରାମଦାସ ଅଠାୱଲେଙ୍କ ସହ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଠାରିଙ୍କୁ ଭେଟିବାକୁ ଯାଇଥିଲେ। ସେତେବେଳେ ମଧ୍ୟ କେନ୍ଦ୍ରମନ୍ତ୍ରୀ ପାୟଲଙ୍କୁ ନ୍ୟାୟ ଦେବେ ବୋଲି କହିଥିଲେ ।

ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ ।ସେ କହିଥିଲେ ଯେ କ୍ୟାରିୟରର ଆରମ୍ଭରେ ଅନୁରାଗ କଶ୍ୟପ ତାଙ୍କ ସହ ଅସଦାଚରଣ କରିଥିଲେ।

Last Updated : Oct 26, 2020, 6:36 PM IST

ABOUT THE AUTHOR

...view details