ଓଡିଶା

odisha

ETV Bharat / bharat

ବଦାନ୍ୟତା; ରାମ ମନ୍ଦିର ପାଇଁ 10 କୋଟି ଟଙ୍କା ଦାନ - ରାମ ମନ୍ଦିର ପାଇଁ 10 କୋଟି ଟଙ୍କା ଦାନ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ବିହାର ରାଜଧାନୀ ପାଟନାରେ ଥିବା ମହାବୀର ମନ୍ଦିର ଟ୍ରଷ୍ଟ 10 କୋଟି ଟଙ୍କା ଦାନ କରିଛନ୍ତି । ଅଧିକ ପଢନ୍ତୁ...

patnas mahavir temple donate 10 crores for ram temple in ayodhya
ରାମ ମନ୍ଦିର ପାଇଁ 10 କୋଟି ଟଙ୍କା ଦାନ

By

Published : Feb 9, 2020, 12:14 PM IST

ପାଟନା: ରାମ ମନ୍ଦିର ନିର୍ମାଣ ପାଇଁ 10 କୋଟି ଦାନ କଲା ମହାବୀର ମନ୍ଦିର ଟ୍ରଷ୍ଟ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ବିହାର ରାଜଧାନୀ ପାଟନାରେ ଥିବା ମହାବୀର ମନ୍ଦିର ଟ୍ରଷ୍ଟ 10 କୋଟି ଟଙ୍କା ଦାନ କରିଛନ୍ତି ।

ତେବେ ଅଯୋଧ୍ୟା ଯାଇ 2 କୋଟି ଟଙ୍କାର ଚେକ୍ ଦାନ କରିବା ସହ ଆମେ ମାନେ ମୋଟ 10 କୋଟି ଟଙ୍କା କିସ୍ତି ଆକାରରେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିବୁ ବୋଲି ମହାବୀର ମନ୍ଦିର ଟ୍ରଷ୍ଟ ସେକ୍ରେଟାରୀ କିଶୋର କୁନାଲ କହିଛନ୍ତି ।

ଏଥିସହ ସେ କହିଛନ୍ତି 1818 ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ବାରା ନିର୍ମିତ 30ଟି ମୁଦ୍ରା ମହାବୀର ମନ୍ଦିର ଦାନ ବାକ୍ସରୁ ମିଳିଛି । ଯେଉଁଥିରେ ଶ୍ରୀ ରାମ, ସୀତାଜୀ, ଲକ୍ଷ୍ମଣ ଜୀ ଏବଂ ହନୁମାନଜୀଙ୍କ ଛବି ମୁଦ୍ରାର ଏକ ପାର୍ଶ୍ବରେ ରହିଛି । ଯାହା ରାମ ମନ୍ଦିର ପାଇଁ ରଖାଯାଇଛି ।

ଏଏନଆଇ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details