ଓଡିଶା

odisha

ETV Bharat / bharat

ବିହାରରେ ଆୟୋଜିତ ହେଲା ବିଜେପିର ଡିଜିଟାଲ ରାଲି - sanitization at the gate entry in queue glimpses

ବିହାର 2020 ବିଧାନସଭା ନିର୍ବାଚନ ସରଗରମ ରହିଛି । ପାଟନାରେ ବିଜେପି ପକ୍ଷରୁ କୋରୋନା ଯୋଗୁଁ ସାଧାରଣ ରାଲି ହେବା ବଦଳରେ ଭର୍ଚୁଆଲ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିରେ କେବଳ 20 ଜଣ ନେତା ଯୋଗ ଦେଇଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିହାରରେ ଆୟୋଜିତ ହେଲା ବିଜେପିର ଡିଜିଟାଲ ରାଲି
ବିହାରରେ ଆୟୋଜିତ ହେଲା ବିଜେପିର ଡିଜିଟାଲ ରାଲି

By

Published : Jun 7, 2020, 10:17 PM IST

ପାଟନା: କୋରୋନା ମହାକାଳ ମଧ୍ୟରେ ବିହାର 2020 ବିଧାନସଭା ନିର୍ବାଚନ ସରଗରମ ରହିଛି । ତେବେ କୋରୋନାରେ ସାମାଜିକ ଦୂରତ୍ୱ ଯେତିକି ଆବଶ୍ୟକ ସେତିକି ଆବଶ୍ୟକତା ରହିଛି ରାଜନୈତକ ଦଳର ପ୍ରଚାର ପ୍ରସାର ଅଭିଯାନ । ଏହାରି ଭିତରେ ଅମିତ ଶାହାଙ୍କ ଭର୍ଚୁଆଲ୍ ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ବିଜେପି ଦୃଢ ବ୍ୟବସ୍ଥା ମଧ୍ୟ କରିଥିଲା । ପାଟନା ବିଜେପି ମୁଖ୍ୟାଳୟରେ ଏହି ଭର୍ଚୁଆଲ୍ ରାଲି ପ୍ରସ୍ତୁତ କରାଯାଇଥିଲା । ମଞ୍ଚ ଅଟଳ ବିହାରୀ ବାଜପେୟୀ ଅଡିଟୋରିୟମରେ ସ୍ଥାପିତ ହୋଇଥିଲା ।

COVID-19 ର ପ୍ରକୋପକୁ ଦୃଷ୍ଟିରେ ରଖି ସାମାଜିକ ଦୂରତାକୁ ଧ୍ୟାନରେ ରଖାଯାଇଥିଲା । ଏହି ରାଲିରେ ସାମିଲ ହୋଇଥିବା ନେତାମାନଙ୍କୁ ଏକ ଗେଟ ପାଖରେ ସାନିଟାଇଜ କରାଯାଇଥିଲା । ପରେ ସାମାଜିକ ଦୂରତ୍ବ ରକ୍ଷା କରି ସମସ୍ତ ନେତା ଗେଟରେ ଏଣ୍ଟ୍ରି କରିଥିଲେ । ବିଜେପି ନେତାଙ୍କ କହିବାନୁସାରେ, ଏହି ରାଲିରେ କେବଳ 20 ନେତା ଯୋଗ ଦେଇଥିଲେ ।

ବିଜେପି କାର୍ଯ୍ୟାଳୟରେ ଭର୍ଚୁଆଲ୍ ରାଲିରେ ପ୍ରକୃତ ରାଲିର ଅନୁଭବ ମଧ୍ୟ ଦିଆଯାଇଥିଲା । ଅଫିସରେ ବଡ଼ ବଡ଼ ହୋର୍ଡିଂ ଏବଂ ବ୍ୟାନର ଲଗାଯାଇଥିଲା । ପ୍ରକୃତ ରାଲିରେ ଯେଉଁଭଳି ଭାବେ ଗେଟ୍ ଏବଂ ବ୍ୟାନର ତିଆରି ହୋଇଥାଏ ଠିକ୍ ସେହିଭଳି ଆଜି ବ୍ୟବସ୍ଥା କରାଯାଇଥିଲା । ଏହି ବଡ଼ ପୋଷ୍ଟର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେପି ନଡ୍ଡା, ଅମିତ ଶାହା, ସୁଶୀଲ ମୋଦି ଏବଂ ସଞ୍ଜୟ ଜୈସୱାଲଙ୍କ ଫଟୋ ଥିଲା ।

ଅମିତ ଶାହାଙ୍କ ଭର୍ଚୁଆଲ ରାଲିର ସମ୍ପୂର୍ଣ୍ଣ ରାଲି ବିଜେପିର ଆଇଟି ସେଲରେ ହୋଇଥିଲା । ଆଇଟି ସେଲ ଅନୁଯାୟୀ ବିଜେପି ଏବଂ ଅମିତ ଶାହାଙ୍କ ସୋସିଆଲ ମିଡିଆ ଲିଙ୍କ ସମଗ୍ର ବିହାରରେ ଭାଇରାଲ ହୋଇଛି । ଆଇଟି ସେଲ୍ ସଭାପତି ମଦନ କୃଷ୍ଣଙ୍କ ଅନୁଯାୟୀ ଏହି ରାଲିରେ 12 ଲକ୍ଷରୁ ଅଧିକ ଲୋକ ଯୋଗଦେବେ ।

ଯଦିଓ ବହୁ ସଂଖ୍ୟକ ଲୋକଙ୍କୁ ଭର୍ଚୁଆଲ୍ ରାଲିରେ ଭାଗ ନେବାକୁ ଅନୁମତି ଦିଆଯାଇ ନଥିଲା, ତଥାପି ବିଜେପି କର୍ମୀମାନେ ଏକଜୁଟ ହୋଇ ବିଜେପି କାର୍ଯ୍ୟାଳୟ ପହଞ୍ଚିଥିଲେ । ତେବେ ଜଣେ ଶ୍ରମିକ ନାଲାଣ୍ଡାରୁ ସାଇକେଲ ଯୋଗେ ପାଟନାରେ ପହଞ୍ଚିଥିଲେ । ସେ ଭାବିଥିଲେ ଯେ ଏହା ସାଧାରଣ ରାଲି ଏବଂ ସେ ଅମିତ ଶାହାଙ୍କୁ ଦେଖିବା ପାଇଁ ପାଟନାରେ ପହଞ୍ଚିଥିଲେ ।

ABOUT THE AUTHOR

...view details