ଓଡିଶା

odisha

By

Published : Jun 22, 2020, 4:06 PM IST

ETV Bharat / bharat

ରାବଡୀ ଦେବୀଙ୍କ ଘର ସାମ୍ନାରେ ଆରଜେଡି କର୍ମୀଙ୍କ ପ୍ରଦର୍ଶନ, ତେଜସ୍ବୀଙ୍କୁ ଚେତାବନୀ

ଆରଜେଡି କୋଟାରୁ ଏମଏଲସି ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ ଆରଜେଡି କର୍ମୀଙ୍କ ବିରୋଧ ପ୍ରଦର୍ଶନ । ରାବଡୀ ଦେବୀଙ୍କ ଘର ସାମ୍ନାରେ ଶତାଧିକ ଦଳୀୟ କର୍ମୀ ବିରୋଧ ପ୍ରଦର୍ଶନ କରିବା ସହ ତେଜସ୍ବୀଙ୍କୁ ଚେତାବନୀ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାବଡୀ ଦେବୀଙ୍କ ଘର ସମ୍ନାରେ ଆରଜେଡି କର୍ମୀଙ୍କ ପ୍ରଦର୍ଶନ
ରାବଡୀ ଦେବୀଙ୍କ ଘର ସମ୍ନାରେ ଆରଜେଡି କର୍ମୀଙ୍କ ପ୍ରଦର୍ଶନ

ପାଟନା: ଆରଜେଡି କୋଟାରୁ ଏମଏଲସି ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ହେଲେ ଜୋର ଧରିଛି ବିରୋଧ ପ୍ରଦର୍ଶନ। ସୋମବାର ରାଘୋପୁରରୁ ଆସିଥିବା ଶତାଧିକ ଦଳୀୟ କର୍ମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୂର୍ବତନ ମନ୍ତ୍ରୀ ଉଦୟ ନାରାୟଣ ରାୟଙ୍କୁ ଏମଏଲସି ପ୍ରାର୍ଥୀ କରାଯିବାକୁ ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ ବାହାର ଲୋକ ଏମଏଲସି ହେବ ବୋଲି ସୂଚନା ମିଳିଛି । ଯଦି ଏପରି ହୁଏ ତେବେ ଆମେ ଏହାକୁ ବିରୋଧ କରିବୁ ।

ବିରୋଧୀମାନେ କହିଛନ୍ତି ଯେ ଯେକୌଣସି ପରିସ୍ଥିତିରେ ତେଜସ୍ବୀ ଯାଦବଙ୍କୁ ଆମ ଦାବି ଶୁଣିବାକୁ ପଡିବ । ଯଦି ସେମାନେ ଶୁଣନ୍ତି ନାହିଁ ତେବେ ଆମର ଏହି ବିରୋଧ ପ୍ରଦର୍ଶନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ । ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ​​ତେଜସ୍ବୀ ଯାଦବଙ୍କ ଉପରେ ଏହାର ପ୍ରଭାବ ପଡିପାରେ । ସୂଚନା ଥାଉକି 1995 ରେ ଉଦୟ ନାରାୟଣ ରାୟ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ନିଜ ଆସନ ଛାଡିଥିଲେ । ଏହା ପରେ ଲାଲୁ ପ୍ରସାଦ ଯାଦବ ରଘୋପୁର ବିଧାନସଭା ଆସନ ପାଇଁ ଲଢିଥିଲେ ଏବଂ ଜିତିଥିଲେ । ଏହା ପରଠାରୁ ଏହି ଆସନରୁ ରାବଡୀ ଦେବୀ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରି ଜିତିଥିଲେ । ଉଦୟ ନାରାୟଣ ରାୟ ଓରଫ ଭୋଲା ରାୟ ଏହି ଦୁଇଜଣଙ୍କ ନିର୍ବାଚନ ପାଇଁ ସମସ୍ତ ଦାୟିତ୍ବ ଗ୍ରହଣ କରିଥିଲେ । ସମ୍ପ୍ରତିରେ ଲାଲୁ ପରିବାରର ଏହି ପୈତୃକ ଆସନରୁ ତେଜସ୍ବୀ ଯାଦବ ଜଣେ ମାତ୍ର ବିଧାୟକ ଅଟନ୍ତି ।

ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇସାରିଛି । କହିବାକୁ ଗଲେ ତେଜସ୍ବୀ ଯାଦବଙ୍କ ସାମ୍ନାରେ ବହୁତ ଚ୍ୟାଲେଞ୍ଜ ଅଛି । ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ତାଙ୍କ ଦଳର କର୍ମୀ ଏବଂ ନେତାମାନଙ୍କୁ କିପରି ଏକତ୍ର ରଖାଯିବ । କାରଣ ଏହି ଲୋକେ ହିଁ ଆଗାମୀ ବିହାର ବିଧାନସଭା ନିର୍ବାଚନ 2020 ରେ ତେଜସ୍ବୀଙ୍କ କାମରେ ଆସିବେ । ସୂଚନାନୁସାରେ, ଲାଲୁ ପ୍ରସାଦ ଯାଦବ ନିର୍ବାଚନ ସମୟରେ ଜେଲରୁ ଆସିବେ ନାହିଁ । ଏପରି କ୍ଷେତ୍ରରେ ଯଦି ଏପରି କିଛି ନିଷ୍ପତ୍ତି ନେବାକୁ ପଡେ ତେବେ ଜେଜସ୍ବୀ ନିଜେ ହିଁ ନେବାକୁ ପଡିବ । ଯଦି ନିଷ୍ପତ୍ତି ଭୁଲ ବୋଲି ପ୍ରମାଣିତ ହୁଏ, ତେବେ ତେଜସ୍ବୀଙ୍କ ସହ ସମଗ୍ର ଦଳକୁ ଏହାର ପ୍ରଭାବ ପଡିପାରେ ।

For All Latest Updates

TAGGED:

ABOUT THE AUTHOR

...view details