ପାଟନା: ଚୀନ ସାମଗ୍ରୀ ନ କିଣିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପ୍ରଧାନମନ୍ତ୍ରୀ ମୋଦିଙ୍କ ସର୍ବଦଳୀୟ ବୈଠକରେ ଚୀନ ସାମଗ୍ରୀ ନ କିଣିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।
ସୂଚନା ଅନୁଯାୟୀ, ଲଦାଖର ଗଲୱାନ ଘାଟିରେ ଭାରତ ଚୀନ ମୁହାଁମୁହିଁ ଘଟଣାରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଯାହାକୁ ନେଇ ସମଗ୍ର ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଏକ ସର୍ବଦଳୀୟ ବୈଠକ ଡାକିଥିଲେ ।
ଯେଉଁଥିରେ ସାମିଲ ହୋଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ଚୀନ୍ର କାର୍ଯ୍ୟକଳାପକୁ ନେଇ ସମଗ୍ର ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି । ସମସ୍ତ ଲୋକ ଏକଜୁଟ ହୋଇ ଏହାର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ଏଣୁ ଚୀନ ସାମଗ୍ରୀ ମଧ୍ୟ ଆମ ପରିବେଶକୁ କ୍ଷତି ପହଁଚାଉଛି । ଏଣୁ ଏଭଳି ସାମଗ୍ରୀକୁ ଦେଶବାସୀ ନ କିଣନ୍ତୁ । ନୀତିଶ କୁମାର ମଧ୍ୟ ଏଥିପାଇଁ ନିୟମ ସମୀକ୍ଷା କରିବାକୁ ଭାରତ ସରକାରଙ୍କୁ କହିଛନ୍ତି ।
ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତୀୟ ବଜାରରେ ବହୁ ସଂଖ୍ୟାରେ ଖେଳନା, ଇଲେକଟ୍ରୋନିକ ସାମଗ୍ରୀ ବିକ୍ରି ହେଉଛି । ଖେଳନାରେ ପ୍ଲାଷ୍ଟିକ୍ ବହୁତ ବ୍ୟବହୃତ ହେଉଛି । ଯାହା ଇକୋ ଫ୍ରେଣ୍ଡଲି ନୁହେଁ ଏବଂ ଏହା ପରିବେଶକୁ କ୍ଷତି ପହଞ୍ଚାଉଛି । ସବୁଠାରୁ ବଡ କଥା ହେଉଛି ଚାଇନାର ଜିନିଷ ସ୍ଥାୟୀ ନୁହେଁ। କମ୍ ମୂଲ୍ୟ ହେତୁ ଲୋକମାନେ ଏହାକୁ କିଣୁଛନ୍ତି । କିନ୍ତୁ ଏହା ଜରୁରୀ ଯେ ଏଭଳି ପରିସ୍ଥିତିରେ ଆମେ ଚାଇନାର ସାମାଗ୍ରୀକୁ ନ କିଣିବା ଉଚିତ୍ ।