ଓଡିଶା

odisha

ETV Bharat / bharat

ରାଜ୍ୟସଭା ଉପନିର୍ବାଚନରେ ଟ୍ବିଷ୍ଟ‌, ସୁଶୀଲ ମୋଦିଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ - ରାଜ୍ୟସଭା ଉପନିର୍ବାଚନ

ରାଜ୍ୟସଭା ଉପନିର୍ବାନ ମଝିରେ ଆସିଛି ଏକ ଟ୍ବିଷ୍ଟ୍‌ । ଉପନିର୍ବାନଚରେ ନିର୍ଦ୍ବନ୍ଦ୍ବ ରେ ବିଜୟ ହାସଲ କରିବାକୁ ଯାଉଥିବା ସୁଶିଲ ମୋଦିଙ୍କ ରାସ୍ତାରେ ଆସିଛନ୍ତି ଆଉ ଜଣେ ପ୍ରାର୍ଥୀ । ଅଧିକ ପଢନ୍ତୁ...

ରାଜ୍ୟସଭା ଉପନିର୍ବାଚନରେ ଟ୍ବିଷ୍ଟ୍‌, ସୁଶୀଲ ମୋଦିଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଲେ ସ୍ବାଧିନ ପ୍ରାର୍ଥୀ
ରାଜ୍ୟସଭା ଉପନିର୍ବାଚନରେ ଟ୍ବିଷ୍ଟ୍‌, ସୁଶୀଲ ମୋଦିଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଲେ ସ୍ବାଧିନ ପ୍ରାର୍ଥୀ

By

Published : Dec 3, 2020, 7:26 PM IST

ପାଟନା:ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦେହାନ୍ତ ପରେ ଖାଲି ପଡିଥିବା ରାଜ୍ୟସଭା ସିଟ୍‌ ପାଇଁ ହେବାକୁ ଯାଉଛି ଉପନିର୍ବାଚନ । ଏନେଇ ବିହାରରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଶୁସିଲ ମୋଦିଙ୍କୁ ପ୍ରାର୍ଥୀ କରିଛି ଏନଡିଏ । ତେବେ ଏହି ରାଜ୍ୟସଭା ଉପନିର୍ବାନ ମଝିରେ ଆସିଛି ଏକ ଟ୍ବିଷ୍ଟ୍‌ ।

ବିହାର ରାଜ୍ୟସଭା ଉପନିର୍ବାନଚରେ ନିର୍ଦ୍ବନ୍ଦ୍ବରେ ବିଜୟ ହାସଲ କରିବାକୁ ଯାଉଥିବା ସୁଶିଲ ମୋଦିଙ୍କ ରାସ୍ତାରେ ଆସିଛନ୍ତି ଆଉ ଜଣେ ପ୍ରାର୍ଥୀ । ମହାମେଣ୍ଟ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯାଇନଥିବା ବେଳେ ଏବେ ଜଣେ ବ୍ୟକ୍ତି ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ।

ସୁଶିଲ ମୋଦିଙ୍କୁ ଟକ୍କର ଦେବାକୁ ଯାଉଥିବା ଏହି ବ୍ୟକ୍ତି ଜଣକ ବୃତ୍ତିରେ ଇଞ୍ଜିନିୟର ଥିବା କୁହାଯାଉଛି । ତେବେ ଯଦି ଏହି ବ୍ୟକ୍ତି ଜଣଙ୍କର ନାମାଙ୍କନ ସିଠିକ ଥାଏ, ତେବେ ଏଥର ରାଜ୍ୟସଭା ଉପନିର୍ବାଚନରେ ବେସ ରୋଚକ ମୁକାବିଲା ଦେଖିବାକୁ ମିଳିବ ।

ନିର୍ବାଚନ ଆୟୋଗଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ନିର୍ଦଳୀୟ ପ୍ରାର୍ଥୀ ଶ୍ୟାମ ନନ୍ଦନ ପ୍ରସାଦ ବୁଧବାର ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହେଲେ ନାମାଙ୍କନ ପାଇଁ ଜରୁରୀ 10 ବିଧାୟକଙ୍କ ସମର୍ଥିତ ପତ୍ର ସେ ଏଯାଏଁ ଦେଇନାହାନ୍ତି । ତେବେ ଆଗାମୀ ଦିନରେ ତାଙ୍କୁ ମହାମେଣ୍ଟ ପକ୍ଷରୁ କୌଣସି ବିଧାୟକଙ୍କ ସମର୍ଥନ ମିଳୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିବ ।

ଶ୍ୟାମ ନନ୍ଦନ ପ୍ରସାଦ ଦିନ ପ୍ରାୟ 2ଟା ସମୟରେ ନାମାଙ୍କନ ଦାଖଲ ପାଇଁ ପାଟନା କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେ କହିଛନ୍ତି ଯେ ସମାଜର ସେବା କରିବା ପାଇଁ ସେ ରାଜନୀତିରେ ପ୍ରବେଶ କରିଛନ୍ତି । ପୂର୍ବରୁ ସେ 2014ରେ ପାଟନା ସାହିବ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରିଥିଲେ ।

10 ଜଣ ବିଧାୟକଙ୍କ ସମର୍ଥନ ମାମଲାରେ ସେ କହିଛନ୍ତି ଯେ ଏ ବାବଦରେ ସେ ମହାମେଣ୍ଟ ଓ ଏନଡିଏ ବିଧାୟକଙ୍କ ସହ କଥା ହେବେ ଏବଂ ଗୁରୁବାର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସମର୍ଥନ ପତ୍ର ପ୍ରଦାନ କରିବେ । ଶ୍ୟାମନନ୍ଦ ପ୍ରସାଦଙ୍କୁ ମନୋନୀତ କରିବା ପରେ ସେ କହିଛନ୍ତି ଯେ ବୃତ୍ତିରେ ଜଣେ ଇଞ୍ଜିନିୟର ।

ଯଦିଓ ଗୁରୁବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା, ଏଭଳି ପରିସ୍ଥିତିରେ ଶୁକ୍ରବାର ନିର୍ବାଚନ କମିଶନ ସମର୍ଥନ ପତ୍ର ଗ୍ରହଣ କରିବେ କି ନାହିଁ, ତାହା ଦେଖିବାକୁ ବାକି ରହିଛି | ତେବେ ଶୁକ୍ରବାର ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ଡିସେମ୍ବର 5ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ।

ABOUT THE AUTHOR

...view details