ଓଡିଶା

odisha

ETV Bharat / bharat

ବନ୍ୟା ପରେ ପାଟନାରେ ଡେଙ୍ଗୁ ଆତଙ୍କ - ବନ୍ୟା ପରେ ଡେଙ୍ଗୁରେ ଆକ୍ରାନ୍ତ ପାଟନାବାସୀ

ବନ୍ୟାପରେ ଏବେ ଡେଙ୍ଗୁ ଆତଙ୍କରେ ପାଟନାବାସୀ । ଚଳିତ ବର୍ଷ ଅକ୍ଟୋବର 17 ସୁଦ୍ଧା ସହରରେ 615ଟି ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Oct 19, 2019, 11:14 PM IST

ପାଟନା: ଅଭିଶପ୍ତ ହୋଇପଡିଛି ବିହାରର ରାଜଧାନୀ ପାଟନା । ବନ୍ୟାପରେ ଏବେ ସାଧାରଣ ଲୋକଙ୍କୁ ମାଡି ବସିଛି ମହାମାରିର ଭୟ । ବନ୍ୟାପାଣି କମ ହେବା ମାତ୍ରେ ଏବେ ଡେଙ୍ଗୁ ଆତଙ୍କରେ ପାଟନାବାସୀ । ଚଳିତ ବର୍ଷ ଅକ୍ଟୋବର 17 ସୁଦ୍ଧା ସହରରେ 615 ଟି ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆହୁରି ଶତାଧିକ ଲୋକ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି।

ସର୍ବମୋଟ 1121 ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ 615 ଜଣଙ୍କ ରକ୍ତ ନମୁନା ଡେଙ୍ଗୁ ପଜିଟିଭ ରହିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ରାଜଧାନୀ ପଟନାରେ ଦୀର୍ଘ ଦିନ ଧରି ବନ୍ୟାଜଳ ଜମି ରହିଥିବା କାରଣରୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି ।

ସେପଟେ ଅକ୍ଟୋବର 17 ତାରିଖରେ ବିହାରର ବନ୍ୟା ପରିସ୍ଥିତିର ମୁକାବିଲା କରିବାରେ ଅକ୍ଷମ ହୋଇଥିବା ଦର୍ଶାଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ଉପ ମୁଖ୍ୟମନ୍ତ୍ରୀ ଶୁସୀଲ କୁମାର ମୋଦି ଏବଂ ଅନ୍ୟାନ୍ୟ ମନ୍ତ୍ରୀଙ୍କ ନାମରେ ମାମଲା ରୁଜୁ ହୋଇଛି ।

ABOUT THE AUTHOR

...view details