ରାଞ୍ଚି: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତରୀ ଦଳକୁ କ୍ବାରେନଣ୍ଟାଇନରେ ରଖାଯିବ। ଏନେଇ ଝାଡଖଣ୍ଡ ରାଜେନ୍ଦ୍ର ଇନଷ୍ଟ୍ୟୁଚ୍ୟୁଟ ଅଫ୍ ମେଡିକାଲସାଇନ୍ସ ସୋମବାର ସୂଚନା ଦେଇଛି। ତେବେ ଲାଲୁଙ୍କୁ ଚିକିତ୍ସା କରୁଥିବା ମେଡିକାଲ କର୍ମଚାରୀଙ୍କ ଜଣେ ରୋଗୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି।
କ୍ବାରେଣ୍ଟାଇନରେ ରହିବେ ଲାଲୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ - COVID-19 positive
ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତରୀ ଦଳକୁ କ୍ବାରେନଣ୍ଟାଇନରେ ରଖାଯିବ। ମେଡିସିନ ବିଭାଗରେ ଗତ 3 ସପ୍ତାହ ଧରି ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀ ଜଣକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି।

କ୍ବାରେଣ୍ଟାଇନରେ ରହିବେ ଲାଲୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍
ମିଳିଥିବା ସୂଚନା ଅନୁସାରେ, ମେଡିସିନ ବିଭାଗରେ ଗତ 3 ସପ୍ତାହ ଧରି ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀ ଜଣକ କୋଭିଡ୍ ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି। ସେ ମେଡିକାଲରେ କାର୍ଯ୍ୟରତ ତାକ୍ତର ଉମେଶ ପ୍ରସାଦଙ୍କ ଅଧୀନରେ ଚିକିତ୍ସିତ ହେଉଥିଲା। ଖବର ଥାଉିକି, ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ମଧ୍ୟ ସମାନ ୟୁନିଟରେ ଚିକିତ୍ସିତ ହେଉଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁଯାୟୀ, ଝାଡଖଣ୍ଡରେ ମୋଟ 82 କୋଭିଡ୍ 19 ମାମଲା ରିପୋର୍ଟ ହୋଇଛି। ରାଜ୍ୟରେ 13 ଜଣ ଲୋକ ଏହି ସଂକ୍ରମଣରୁ ମୁକ୍ତି ପାଇଥିବାବେଳେ ଏହି ଭୂତାଣୁରେ ତିନି ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।